ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସିଙ୍ଗଡ଼ା ଭିତରେ ଗୋମାଂସ । କଥାଟା ଶୁଣିଲେ ଆଶ୍ଚର୍ଯ୍ୟ ଲାଗିଲେବି ସତ। ସିଙ୍ଗଡ଼ାରେ ଭିନ୍ନ ଭିନ୍ନ ଜିନିଷ ମଧ୍ୟ ପଡ଼ିଥାଏ । ଜଣେ ଦୋକାନୀ ସିଙ୍ଗଡ଼ାରେ ଗୋମାଂସରେ ଭର୍ତ୍ତି କରି ବିକ୍ରି କରୁଥିଲେ । ଏଭଳି ଘଟଣା ଗୁଜୁରାଟର ଭଦୋଦରାଠାରେ ଅଞ୍ଚଳରେ ଘଟିଛି । ଦୋକାନୀଙ୍କ ସହ ଅନ୍ୟ ୫ ଜଣଙ୍କୁ ଗିରଫ କରାଯାଇଛି । ପୋଲିସ କହିଛି ଯେ, ‘ଆମେ ସୂଚନା ପାଇବା ପରେ ଶନିବାର ଦିନ ଚିପୱାଡ ଅଞ୍ଚଳରେ ଥିବା ଏକ ଦୋକାନ ଉପରେ ଚଢଉ କରି ଷ୍ଟକ ଥିବା ଜିନିଷକୁ ଜବତ କରିଛୁ । ଗୋମାଂସ ଭର୍ତ୍ତି ଥିବା ଅନେକ ସିଙ୍ଗଡ଼ା ଜବତ କରାଯାଇ ପରୀକ୍ଷା ପାଇଁ FSLକୁ ପଠାଯାଇଛି ।’ ପୋଲିସ ଅଧିକାରୀ ଆହୁରି କହିଛନ୍ତି ଯେ, ‘ପରୀକ୍ଷା ପରେ ଜଣାପଡିଛି ଯେ ସିଙ୍ଗଡ଼ାରେ ଗୋମାଂସ ରହିଛି, ଯାହା ପରେ ସେମାନଙ୍କ ନାମରେ ମାମଲା ରୁଜୁ କରି ୬ ଜଣଙ୍କୁ ଗିରଫ କରିଛି ପୋଲିସ । ଅଭିଯୁକ୍ତ ୟୁସୁଫ୍ ଶେଖ ଏବଂ ନାଏମ୍ ଶେଖ ଦୋକାନର ମାଲିକ ହୋଇଥିବା ବେଳେ ଦୋକାନରେ କାମ କରୁଥିବା ହନିଫ ଭାଟିଆରା, ଦିଲାୱର ପଠାନ, ମୋଇନ୍ ହବଦାଲ ଏବଂ ମୋବିନ ଶେଖଙ୍କୁ ମଧ୍ୟ ଗିରଫ କରାଯାଇଛି ।”






More Stories
ରାଜ୍ୟ ସଭାରେ ଉଠିଲା ଓଡ଼ିଶାର ଜାତିଗତ ଭେଦଭାବ କଥା……
ସେବାତୀର୍ଥ ଓ କର୍ତ୍ତବ୍ୟ ଭବନ ଉଦଘାଟନ କଲେ ପ୍ରଧାନମନ୍ତ୍ରୀ….
ସଂସଦ କାର୍ଯ୍ୟ ୯ ପର୍ଯ୍ୟନ୍ତ ମୁଲତବୀ…..