ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାରଙ୍କୁ Z ସୁରକ୍ଷା ଯୋଗାଇଦିଅ ଯାଇଛି | ତାଙ୍କୁ Z ସୁରକ୍ଷା ପ୍ରଦାନ କରାଯାଇଥିବା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ସୂତ୍ରରୁ ପ୍ରକାଶ ପାଇଛି। ସୂଚନାନୁସାରେ, ଇଣ୍ଟେଲିଜେନ୍ସ ବ୍ୟୁରୋ (IB)ର ଗୁପ୍ତଚର ରିପୋର୍ଟକୁ ଆଧାର କରି ମୁଖ୍ୟ ନିର୍ବାଚନ କମିଶନରଙ୍କ ପାଇଁ Z ବର୍ଗର ସୁରକ୍ଷା ଦିଆଯଇଛି। Z ବର୍ଗର ସୁରକ୍ଷା ପ୍ରୋଟୋକଲଗୁଡିକ ଅଧୀନରେ ଏକ ବିସ୍ତୃତ ସୁରକ୍ଷା ବିବରଣୀ ସାମିଲ କରାଯାଇଛି। ରାଜୀବ କୁମାରଙ୍କୁ ସୁରକ୍ଷା ଦେବା ପାଇଁ CRPF କମାଣ୍ଡୋ ସମେତ ମୋଟ ୩୩ ଜଣ ସୁରକ୍ଷାକର୍ମୀଙ୍କୁ ଦାୟିତ୍ୱ ଦିଆଯାଇଛି। ଏଥିରେ କୁମାରଙ୍କ ବାସଭବନରେ ଅବସ୍ଥାପିତ ୧୦ ଜଣ ସଶସ୍ତ୍ର ଷ୍ଟାଟିକ୍ ଗାର୍ଡ, ୬ଜଣ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀ (PSO) ଦିନରାତି ସୁରକ୍ଷା ଯୋଗାଉଛନ୍ତି ଏବଂ ତିନିଟି ଶିଫ୍ଟରେ କାର୍ଯ୍ୟ କରୁଥିବା ୧୨ ଜଣ ସଶସ୍ତ୍ର ଏସକର୍ଟ କମାଣ୍ଡୋ ମଧ୍ୟ ଅଛନ୍ତି।






More Stories
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….
ବଦଳିଲା NDA ସଂସଦୀୟ ଦଳର ନାମ…..
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……