ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ହରିଆଣାରେ ବିଜେପି କୁ ଲାଗିଛି ଜୋରଦାର ଝଟ୍କା। କଂଗ୍ରେସରୁ ବିଜେପିରେ ମିଶିଥିବା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚୌଧୁରୀ ବିରେନ୍ଦ୍ର ସିଂହଙ୍କ ହୋଇଛି ଘର ବାହୁଡା। ମଙ୍ଗଳବାର ସେ ନିଜ ପତ୍ନୀ ପ୍ରେମଲତାଙ୍କ ସହ ବିଜେପି ଛାଡି କଂଗ୍ରେସରେ ସାମିଲ ହୋଇଛନ୍ତି। ବିରେନ୍ଦ୍ର ସିଂହ ୧୦ ବର୍ଷ ପରେ ପୁଣି ଥରେ କଂଗ୍ରେସକୁ ଫେରିଛନ୍ତି। ହରିଆଣାର ବରିଷ୍ଠ ଜାଟ ନେତା ତଥା ୨୦୧୬-୧୯ ପର୍ଯ୍ୟନ୍ତ ମୋଦି ସରକାରଙ୍କ ମନ୍ତ୍ରୀମଣ୍ଡଳରେ ମନ୍ତ୍ରୀ ଥିବା ବିରେନ୍ଦ୍ର ସିଂହ ଓ ତାଙ୍କ ପତ୍ନୀ ସୋମବାର ବିଜେପିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ। ସେ ତାଙ୍କ ଇସ୍ତଫାପତ୍ର ଦଳ ଅଧ୍ୟକ୍ଷ ଜେ.ପି. ନଡ୍ଡାଙ୍କ ପାଖକୁ ପଠାଇଥିଲେ। ଏହାପରେ ମଙ୍ଗଳବାର ଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଉଭୟ ବିରେନ୍ଦ୍ର ସିଂହ ଓ ତାଙ୍କ ପତ୍ନୀ ପ୍ରେମଲତା କଂଗ୍ରେସରେ ସାମିଲ ହୋଇଛନ୍ତି। ଏହା ପୂର୍ବରୁ ସାଂସଦ ଥିବା ତାଙ୍କ ପୁଅ ବ୍ରିଜେନ୍ଦ୍ର ସିଂହ ମଧ୍ୟ ବିଜେପିରୁ ଇସ୍ତଫା ଦେଇ କଂଗ୍ରେସରେ ଯୋଗ ଦେଇଥିଲେ।






More Stories
କାଲିଠୁ ମହଙ୍ଗା ହେବ ବିମାନଯାତ୍ରା…..
ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ:୯୦ ଲକ୍ଷରୁ ଅଧିକ ନାମ ବାଦ…..
୧୦ ପର୍ଯ୍ୟନ୍ତ କାଳବୈଶାଖୀ…..