ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜାତୀୟ ତଦନ୍ତକାରୀ ସଂସ୍ଥା ତଥା ଏନ୍ଆଇଏ ଅଧିକାରୀଙ୍କୁ ସମନ ଜାରି କରିଛି ପୋଲିସ । ଗତ ସପ୍ତାହରେ ଚଢ଼ାଉ ବେଳେ ଏନ୍ଆଇଏ ଟିମ୍ ଉପରେ ଆକ୍ରମଣ ହୋଇଥିଲା। ଏଥିରେ ଜଣେ ଏନ୍ଆଇଏ ଅଧିକାରୀ ଆହତ ହୋଇଥିଲେ। ଏବେ ସେହି ଆହତ ଅଧିକାରୀଙ୍କୁ ପଶ୍ଚିମବଙ୍ଗ ପୋଲିସ ସମନ ଜାରି କରିଛି। ଏଥିସହ କ୍ଷତିଗ୍ରସ୍ତ ଗାଡିକୁ ମଧ୍ୟ ସାଙ୍ଗରେ ଆଣିବାକୁ କହିଛି ପୋଲିସ । ସୂଚନା ଅନୁସାରେ-ପଶ୍ଚିମବଙ୍ଗର ପୂର୍ବ ମେଦିନିପୁର ଜିଲ୍ଲାରେ ଗତ ସପ୍ତାହରେ ବିଳମ୍ବିତ ରାତିରେ ଚଢ଼ାଉ କରିବା ପାଇଁ ଏନ୍ଆଇଏର ଏକ ଟିମ୍ ଯାଇଥିଲା। ତେବେ ଏହି ସମୟରେ ତଦନ୍ତ ଅଧିକାରୀଙ୍କ ଗାଡି ଉପରକୁ ସ୍ଥାନୀୟ ଲୋକେ ଆକ୍ରମଣ କରିଥିଲେ। ଏଥିରେ ଜଣେ ଏନ୍ଆଇଏ ଅଧିକାରୀ ଆହତ ହୋଇଥିଲେ। ଏବେ ଏହି ମାମଲାର ତଦନ୍ତ କରିବାକୁ ଯାଇ ପୋଲିସ ଉକ୍ତ ଅଧିକାରୀଙ୍କୁ ଏପ୍ରିଲ ୧୧ ତାରିଖ ଦିନ ଯାଞ୍ଚ ଅଧିକାରୀଙ୍କ ସାମ୍ନାରେ ହାଜର ହେବାକୁ ସମନ ଜାରି କରିଛି।






More Stories
୪ରେ କେରଳମ ଛୁଇଁବ ମୌସୁମୀ!….
ଲୋକ ଅଦାଲତ କିମ୍ବା ଡିଏଲ୍ଏସ୍ଏ ବିବାହ ବିଚ୍ଛେଦ ସମ୍ପର୍କରେ ନିଷ୍ପତ୍ତି ନେଇ ପାରିବେନି…..
ପୁଣି ବଢିଲା ସିଲିଣ୍ଡର ଦାମ୍ !….