ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦିଲ୍ଲୀ ହାଇକୋର୍ଟରୁ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ବଡ଼ ଝଟକା ଲାଗିଛି। ଗିରଫଦାରିକୁ ଚ୍ୟାଲେଞ୍ଜ କରି ସେ କରିଥିବା ଆବେଦନକୁ ଅଦାଲତ ଖାରଜ କରିଦେଇଛନ୍ତି। ଅର୍ଥାତ୍ ଏବେ କେଜ୍ରିଓ୍ଵାଲଙ୍କୁ ଜେଲରେ ରହିବାକୁ ପଡ଼ିବ। ଅଦାଲତ ଇଡିର ଗିରଫଦାରୀକୁ ବୈଧ ବୋଲି କହିଛନ୍ତି ଏବଂ କହିଛନ୍ତି ଯେ ଇଡି କେଜ୍ରିୱାଲଙ୍କ ବିରୋଧରେ ଯଥେଷ୍ଟ ପ୍ରମାଣ ରଖିଛି। ଆମ୍ ଆଦମୀ ପାର୍ଟି (ଆପ୍)ର ରାଷ୍ଟ୍ରୀୟ ସଂଯୋଜକଙ୍କ ଆବେଦନ ର ଶୁଣାଣି କରି ଜଷ୍ଟିସ୍ ସ୍ୱର୍ଣ୍ଣା କାନ୍ତ ଶର୍ମା ଏହି ରାୟ ଶୁଣାଇଛନ୍ତି।ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ କେଜ୍ରିୱାଲ୍ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ। ମିଳିଥିବା ସୂଚନା ଅନୁଯାୟୀ, କେଜ୍ରିୱାଲ ଆସନ୍ତାକାଲି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତି। ଆମ୍ ଆଦମୀ ପାର୍ଟି ଆସନ୍ତାକାଲି ସୁପ୍ରିମକୋର୍ଟରେ ପିଟିସନ୍ ଦାଖଲ କରିପାରେ।






More Stories
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….
ବଦଳିଲା NDA ସଂସଦୀୟ ଦଳର ନାମ…..
ISROର ସାଇଣ୍ଟିଷ୍ଟ ଚାକିରି ଛାଡିଲେ: ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ……