ରିପୋର୍ଟ କାର୍ଡ / ଭୁବନେଶ୍ବର
ବିଜୁ ଜନତା ଦଳରେ ଯୋଗଦେବା ପରେ ଲେଖାଶ୍ରୀ ସାମନ୍ତସିଂହାର ଭାରତୀୟ ଜନତା ଦଳ ଉପରେ ବର୍ଷିଛନ୍ତି। ଆଜି ସେ କହିଛନ୍ତି, ଓଡ଼ିଶାରେ ବିଜେପି ଏକ ରାଜନୈତିକ ଦଳ ହୋଇ ରହିନାହିଁ। ବରଂ ଏଠି ଜାଗିରଦାରୀ ପ୍ରଥା ଚାଲିଛି। ରାଜ୍ୟ ବିଜେପିରେ କ’ଣ ଘଟୁଛି ସବୁ କଥା କେନ୍ଦ୍ର ନେତୃତ୍ୱ କୁହାଯାଉ ନାହିଁ। କେନ୍ଦ୍ରୀୟ ନେତୃତ୍ୱଙ୍କୁ ଅନ୍ଧାରରେ ରଖାଯାଉଛି। ଦଳ ଭିତରେ ନେତୃତ୍ୱଙ୍କ ମଧ୍ୟରେ ଏକତା ନାହିଁ। ନିଜ ନିଜ ଭିତରେ ସଂସଦୀୟ କ୍ଷେତ୍ର ଭାଗ ବଂଟା ହୋଇ ଲଢ଼େଇ ଚାଲିଛି। ଦଳରେ ଶତପ୍ରତିଶତ କାମ କରୁଥିବା କର୍ମୀଙ୍କ ସ୍ଥାନ ନାହିଁ। କି କାମ କରିବାର କୌଣସି ସୁଯୋଗ ନାହିଁ। ତେଣୁ ବିଜେପି ଛାଡ଼ି ବିଜେଡିରେ ମିଶିଥିବା କହିଛନ୍ତି ଲେଖାଶ୍ରୀ ସାମନ୍ତସିଂହାର ।






More Stories
୩୦ ସୁଦ୍ଧା ଚୂଡ଼ାନ୍ତ ପଞ୍ଚାୟତ ନିର୍ବାଚନ ସଂରକ୍ଷଣ ତାଲିକା…..
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଅପରାଜିତା…..
ଆଜି ରାଜ୍ୟ କ୍ୟାବିନେଟ ବୈଠକ….