ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଆମ ସମସ୍ତଙ୍କର ପ୍ରିୟ ହ୍ବାଟ୍ସ ଆପ୍ ବନ୍ଦ ହୋଇଯିବ | ଭାରତରେ ଏହା ବନ୍ଦ ହୋଇଯିବାର ଆଶଙ୍କା ଦେଖାଦେଇଛି। ଜାତୀୟ ସୁରକ୍ଷା ପାଇଁ ହ୍ବାଟ୍ସ ଆପ୍ ବ୍ୟବହାରକାରୀଙ୍କ ପରିଚୟ ଜାଣିବାକୁ କେନ୍ଦ୍ର ସରକାର ଏବଂ ମେଟା ମଧ୍ୟରେ ନ୍ୟାୟିକ ଯୁଦ୍ଧ ଚାଲିଛି। ଡିଜିଟାଲ ଯୁଗରେ ହ୍ବାଟ୍ସ ଆପ୍ ସତେ ଯେମିତି ଆମ ଦୈନନ୍ଦିନ ଜୀବନର ଏକ ଅଭିନ୍ନ ଅଙ୍ଗ ପାଲଟିଯାଇଛି। ଦେଶର ସୁରକ୍ଷା ପାଇଁ ହ୍ବାଟ୍ସ ଆପ ବ୍ୟବହାରକାରୀଙ୍କ ପରିଚୟ ଜାଣିବା ନିୟମକୁ ବିରୋଧ କରି ମେଟା ଭାରତରେ ବ୍ୟବସାୟ ବନ୍ଦ କରିବାକୁ ଧମକ ଦେଇଛି। ଦିଲ୍ଲୀ ହାଇକୋର୍ଟରେ ହ୍ବାଟ୍ସ ଆପ୍ କହିଛି , ଯଦି ଭାରତରେ ହ୍ବାଟ୍ସ ଆପ ବ୍ୟବହାରକାରୀଙ୍କ ମେସେଜ୍ ସମ୍ପର୍କିତ ତଥ୍ୟ ସରକାରଙ୍କୁ ଦେବା ପାଇଁ ବାଧ୍ୟ କରାଗଲା। ତେବେ କମ୍ପାନୀ ଭାରତରେ ନିଜର ସେବା ବନ୍ଦ କରିଦେବ। ଭାରତରେ ୨୦୨୧ରେ ଆସିଲା ଇନଫର୍ମମେସନ ଟେକ୍ନୋଲୋଜି ନିୟମ ଆଇଟି ନିୟମ । ସୋସିଆଲ ମିଡିଆ ଓ ମେସେଜିଂ ଆପକୁ ୟୁଜର୍ସଙ୍କ ଚାଟ୍ସକୁ ଟ୍ରେସ୍ କରିବା ଓ ମେସେଜକୁ ଯିଏ ପ୍ରଥମେ ପଠାଇଥିବ ତାକୁ ଚିହ୍ନଟ କରିବାର ପ୍ରାବଧାନ ରହିଛି। ହ୍ବାଟ୍ସ ଆପର ତର୍କ ଆଇଟି ନିୟମ ୨୦୧୨ ୟୁଜର୍ସ ଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ଦୁର୍ବଳ କରୁଛି। ନୂଆ ସଂଶୋଧିତ ଆଇନକୁ ନେଇ ମେଟାର ଦୁଇ ବଡ ପ୍ଲାଟଫର୍ମ ଫେସବୁକ୍ ଓ ହ୍ବାଟ୍ସ ଆପ୍ ସୁପ୍ରିମକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ। ଏହାକୁ ଦିଲ୍ଲୀ ହାଇକୋର୍ଟକୁ ପଠାଇ ଦେଇଥିଲେ ସୁପ୍ରିମକୋର୍ଟ । ସରକାରଙ୍କ ଯୁକ୍ତି ପ୍ରତ୍ୟେକ ମେସେଜର ଉତ୍ସ କଣ ତାହା ଜାଣିବା ପାଇଁ ଆମେ ଚେଷ୍ଟା କରୁଛୁ। ସୁରକ୍ଷା ଦୃଷ୍ଟିରୁ ମେସେଜକୁ ଟ୍ରେସ କରିବା ପାଇଁ ବ୍ୟବସ୍ଥା ରହିବା ଆବଶ୍ୟକ। ସେପଟେ ହ୍ବାଟ୍ସ ଆପର ଯୁକ୍ତି, ଆଇଟି ନିୟମ ୨୦୨୧ , ୟୁଜର୍ସ ଙ୍କ ବ୍ୟକ୍ତିଗତ ଗୋପନୀୟତାକୁ ଦୁର୍ବଳ କରୁଛି। ମେସେଜ୍ ଏନକ୍ରିପସନ ସରିଗଲେ ଆଉ ହ୍ବାଟ୍ସଆପର ଆବଶ୍ୟକତା ରହିବନି। ଏହାରି ମଧ୍ୟରେ ପ୍ରଶ୍ନ ଉଠିଛି ସତରେ କଣ ହ୍ବାଟ୍ସ ଆପ୍ ବନ୍ଦ ହୋଇଯିବ।






More Stories
ଆଜି ରାତିରେ ବଡ ଯୁଦ୍ଧ ! ୮ଟା ଯାଏଁ ଡେଡ୍ଲାଇନ୍…..
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଇରାନର ଗୁପ୍ତଚର ମୁଖ୍ୟ ନିହତ…..