Report Card Odisha

| Daily Odia News

ଅଶ୍ଳୀଳ ଭିଡିଓ ମାଧ୍ୟମରେ ମହିଳାଙ୍କୁ ବ୍ଲାକ୍‌ମେଲ କରୁଥିଲେ ଦେବଗୌଡାଙ୍କ ନାତି……

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଅଡୁଆରେ ଜେଡିଏସ୍‌ ସାଂସଦ ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଏଚ୍‌ଡି ଦେବଗୌଡାଙ୍କ ନାତି ପ୍ରଜ୍ଜ୍ୱଳ ରେଭାନ୍ନା। ତାଙ୍କ ବିରୋଧରେ ଆସିଥିବା ଅଶ୍ଳୀଳ ଭିଡିଓ ମାମଲା । ଏହି ମାମଲାରେ ଏବେ ଏକ ନୂଆ ଖୁଲାସା ହୋଇଛି। ସେ ଏହି ଅଶ୍ଳୀଳ ଭିଡିଓ ମାଧ୍ୟମରେ କୁଆଡେ ମହିଳାକର୍ମୀମାନଙ୍କୁ ବ୍ଲାକ୍‌ମେଲ୍‌ କରୁଥିବା ଅଭିଯୋଗ ହୋଇଛି। ଏଥିସହ ସେମାନଙ୍କ ସହ ଅନୈତିକ ସମ୍ପର୍କ ରଖିଥିବା ମଧ୍ୟ କୁହାଯାଇଛି। କର୍ଣ୍ଣାଟକର ଜଣେ ବିଜେପି ନେତା ଦାବି କରିଛନ୍ତି ଯେ, ସେ ଡିସେମ୍ବର ୨୦୨୩ରେ ରାଜ୍ୟ ଦଳର ସଭାପତିଙ୍କୁ ଏକ ଚିଠି ଲେଖି କହିଥିଲେ ଯେ ସେ ମହିଳାଙ୍କ ଯୌନ ଶୋଷଣର ପ୍ରାୟ ୩୦୦୦ ଭିଡିଓ ସହିତ ଏକ ପେନ୍ ଡ୍ରାଇଭ୍ ପାଇଛନ୍ତି। ଜନତା ଦଳ (ସେକ୍ୟୁଲାର) ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନା ଏହି ପେନ୍ ଡ୍ରାଇଭ ଜରିଆରେ ମହିଳାମାନଙ୍କୁ ଏପରି କାର୍ଯ୍ୟରେ ଭାଗ ନେବାକୁ ବ୍ଲାକମେଲ କରିଥିଲେ। ଯେଉଁ ମହିଳାଙ୍କ ଭିଡିଓ ସାମ୍ନାକୁ ଆସିଥିଲା ​​ସେମାନଙ୍କ ମଧ୍ୟରେ କିଛି ସରକାରୀ କର୍ମଚାରୀ ମଧ୍ୟ ସାମିଲ ଥିଲେ ବୋଲି ସେ ଅଭିଯୋଗ କରିଛନ୍ତି। ୨୦୨୩ ବିଧାନସଭା ନିର୍ବାଚନରେ ​​ଦଳର ପ୍ରାର୍ଥୀ ଥିବା ଦେବରାଜ ଗୌଡା ୮ ଡିସେମ୍ବର ୨୦୨୩ରେ ବିଜେପି ରାଜ୍ୟ ସଭାପତି ବିଓ୍ୱାଇ ବିଜୟେନ୍ଦ୍ରଙ୍କୁ ଏକ ଚିଠି ଲେଖିଥିଲେ। ଏଥିରେ ଜେଡିଏସ୍‌ର ଏନଡିଏ ପ୍ରାର୍ଥୀ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ସମେତ ଏଚ୍‌ଡି ଦେବଗୌଡା ପରିବାରର ଅନେକ ନେତାଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଥିଲେ। ତାଙ୍କୁ ଯେଉଁ ପେନ୍ ଡ୍ରାଇଭ ମିଳିଛି ସେଥିରେ ମହିଳାଙ୍କ(କିଛି ସରକାରୀ କର୍ମଚାରୀ) ମୋଟ ୨,୯୭୬ଟି ଭିଡିଓ ରହିଛି। ଏହି ଫୁଟେଜରେ ସେମାନେ ଆପତ୍ତିଜନକ ସ୍ଥିତିରେ ଥିବା ଦେବରାଜ ଗୌଡା ଦାବି କରିଥିଲେ। ବିଜେପି ନେତା ଆହୁରି ଦାବି କରିଥିଲେ ଯେ ଏହି ଭିଡିଓ ଏବଂ ଫଟୋ ଥିବା ଅନ୍ୟ ଏକ ପେନ୍ ଡ୍ରାଇଭ୍ କଂଗ୍ରେସର ଜାତୀୟ ନେତାଙ୍କ ନିକଟରେ ପହଞ୍ଚି ସାରିଛି। ଯଦି ଆମେ ଜେଡି (ଏସ୍) ଙ୍କ ସହ ମେଣ୍ଟ କରି ଲୋକସଭା ନିର୍ବାଚନ ପାଇଁ ହାସନରେ ଜେଡି (ଏସ୍) ପ୍ରାର୍ଥୀଙ୍କୁ ମନୋନୀତ କରୁ, ତେବେ ଏହି ଭିଡିଓଗୁଡିଙ୍କୁ ବିରୋଧୀମାନେ ‘ବ୍ରହ୍ମାସ୍ତ୍ର’ ରୂପେ ଆମ ବିରୋଧରେ ବ୍ୟବହାର କରିପାରନ୍ତି। ଆମକୁ ଅପମାନିତ କରାଯିବ ଯେ ଆମେ ବଳାତ୍କାରୀଙ୍କ ପରିବାର ସହ ମିଶିଛୁ, ଯାହା ଜାତୀୟ ସ୍ତରରେ ଆମ ଦଳର ଭାବମୂର୍ତ୍ତି ପାଇଁ ଏକ ବଡ ଝଟକା ହେବ ବୋଲି ବିଜେପି ନେତା ନିଜ ଚିଠିରେ କହିଥିଲେ। ସେପଟେ ଏହି ଅଶ୍ଳୀଳ ଭିଡିଓକୁ ନେଇ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କୁ ଦଳରୁ ବହିଷ୍କାର କରିବା ପାଇଁ ଜେଡିଏସ୍‌ ନେତାମାନେ ଏଚ୍‌ଡି ଦେବଗୌଡାଙ୍କୁ ଚିଠି ଲେଖି ଦାବି କରିଛନ୍ତି। ଏହି ଅଶ୍ଳୀଳ ଭିଡିଓକୁ ନେଇ ଦଳ ଲଜ୍ଜାଜନକ ପରିସ୍ଥିତିର ସମ୍ମୁଖୀନ ହେଉଛି। ତେଣୁ ତାଙ୍କୁ ଦଳରୁ ବହିଷ୍କାର କରିଦେବା ଉଚିତ ବୋଲି ଦଳୀୟ ନେତାମାନେ କହିଛନ୍ତି। ସାଂସଦ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ବିରୋଧଣେ ତାଙ୍କ ଘରର ଚାକରାଣୀ ମଧ୍ୟ ଗୁରୁତର ଅଭିଯୋଗ ଆଣିଛି। ତା’ ସହ ମଧ୍ୟ ଜେଡିଏସ୍‌ ସାଂସଦ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ସାଂସଦ ଚାକରାଣୀର ଝିଅକୁ ଭିଡିଓ କଲ୍‌ କରି ଅଶ୍ଳୀଳ ଭାଷାରେ କଥା ହେଉଥିବା ଅଭିଯୋଗ ହୋଇଛି।ସୂଚନା ମୁତାବକ, କର୍ଣ୍ଣାଟକରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନର ଠିକ୍‌ ଦୁଇ ଦିନ ପୂର୍ବରୁ ପ୍ରଜ୍ଜ୍ୱଳ ରେଭାନ୍ନାଙ୍କ ଅନେକ ଅଶ୍ଳୀଳ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ଏହାକୁ ନେଇ ଯୌନ ଉତ୍ପୀଡ଼ନ ଅଭିଯୋଗରେ ତାଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି। ଏହି ଘଟଣାର ଅନୁସନ୍ଧାନ ପାଇଁ ଏସଆଇଟି ମଧ୍ୟ ଗଠନ କରାଯାଇଛି। ଏସ୍‌ଆଇଟି ଯାଞ୍ଚ ନିର୍ଦ୍ଦେଶ ଦେବା ପରେ ଜେଡିଏସ୍‌ ସାଂସଦ ଭାରତ ଛାଡି ବିଦେଶକୁ ଫେରର ହୋଇଯାଇଥିବା ସୂଚନା ମିଳିଛି।

 

Breaking News