ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜୟପୁର, ନାଗପୁର, ଗୋଆ ସମେତ ଦେଶର ଅନେକ ବିମାନବନ୍ଦରକୁ ବିସ୍ଫୋରଣରେ ଉଡ଼ାଇଦେବାକୁ ଧମକ ମିଳିଛି। ଆଜି ଇ-ମେଲ୍ ଯୋଗେ ଏହି ଧମକ ମିଳିଥିବା ଜଣାପଡିଛି । ନାଗପୁର ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସୂଚନା ଅନୁଯାୟୀ ସୋମବାର ଦିନ ପ୍ରାୟ ୧୦ଟା ସମୟରେ ଏହି ଧମକପୂର୍ଣ୍ଣ ଇ-ମେଲ ମିଳିଛି। ଏହି ଇ-ମେଲ୍ ବିମାନବନ୍ଦର ନିର୍ଦେଶକ ଆବିଦ ରୁଇଙ୍କ ମେଲ୍ ଆଇଡିକୁ ଆସିଥିବା ଜଣାପଡ଼ିଛି। ଏନେଇ ବିମାନବନ୍ଦରର ବରିଷ୍ଠ ସୁରକ୍ଷା ଅଧିକାରୀମାନଙ୍କୁ ସୂଚନା ଦିଆଯାଇଛି। ବିମାନବନ୍ଦର କର୍ତ୍ତୃପକ୍ଷ ଧମକପୂର୍ଣ୍ଣ ଇ-ମେଲ୍ ନେଇ ନାଗପୁରର ସୋନେଗାଓଁ ଥାନାରେ ଅଭିଯୋଗ କରିଛନ୍ତି। ଏହାପରେ ବିମାନବନ୍ଦରଗୁଡ଼ିକର ସୁରକ୍ଷା ବୃଦ୍ଧି କରାଯାଇଛି।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……