ରିପୋର୍ଟ କାର୍ଡ / ଭୁବନେଶ୍ୱର
ରାଜଧାନୀ ଭୁବନେଶ୍ୱରରେ ଭଡ଼ା ଘରୁ ଜଣେ ଯୁବତୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ମୃତ ଯୁବତୀ ହେଲେ ବିଷ୍ଣୁପ୍ରିୟା ରାଉତ। ତାଙ୍କୁ ହତ୍ୟା କରାଯାଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଭୁବନେଶ୍ୱର ଭରତପୁର ଥାନା ଅଧୀନ ଏକ ବସ୍ତିରେ ଘର ଘଡ଼ା ନେଇ ବିଷ୍ଣୁପ୍ରିୟା ଓ ତାଙ୍କ ସାଙ୍ଗ ରହୁଥିଲେ। ତେବେ ଭଡ଼ାଘରୁ ବିଷ୍ଣୁପ୍ରିୟାଙ୍କ ଝୁଲନ୍ତା ମୃତଦେହ ମିଳିଥିବା ବେଳେ ଅନ୍ୟ ଯୁବତୀ ଜଣଙ୍କ ଫେରାର ହୋଇଯାଇଛନ୍ତି। ବିଷ୍ଣୁପ୍ରିୟାଙ୍କ ସହ ରହୁଥିବା ଯୁବତୀ ଫେରାର ହୋଇଥିବାରୁ ଝିଅକୁ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ। ସାଇଣ୍ଟିଫିକ ଟିମ୍ ଘଟଣାର ତଦନ୍ତ କରୁଛି। କିନ୍ତୁ ହତ୍ୟା ଘଟଣାକୁ ଖଣ୍ଡନ କରିଛି ଭରତପୁର ଥାନା ପୋଲିସ । ଏହା ଆତ୍ମହତ୍ୟା ବୋଲି ଭରତପୁର ଆଇଆଇସି ସୂଚନା ଦେଇଛନ୍ତି ।






More Stories
ଓଡ଼ିଶାର ନୂଆ ରାଜ୍ୟପାଳ ବ୍ରଜ ମୋହନ ରାମ…..
ନେତ୍ରୀଙ୍କୁ ଯୌନ ନିର୍ଯାତନା; ହାବିଲ୍ଦାର ଗିରଫ…..
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….