Report Card Odisha

| Daily Odia News

ଡବଲ ଇଞ୍ଜିନ ସରକାର ଗଢିବା ନେଇ ଦିନରେ ସ୍ୱପ୍ନ ଦେଖୁଛି ବିଜେପି…..

ରିପୋର୍ଟ କାର୍ଡ / ନୂଆପଡ଼ା

ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିରୋଧୀ ଦଳକୁ ଟାର୍ଗେଟ କରିଛନ୍ତି | କହିଛନ୍ତି ବିରୋଧୀ ଦଳର ନେତାମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଆଜି ଭବାନୀପାଟଣା ପରେ ଖରିଆରରେରେ ବିଜେଡି ପ୍ରାର୍ଥୀଙ୍କ ପାଇଁ ଭୋଟ୍ ମାଗି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏକଥା କହିଛନ୍ତି। ତେଣେ ୫ଟି ଅଧ୍ୟକ୍ଷ ଭି.କେ.ପାଣ୍ଡିଆନ୍ କହିଛନ୍ତି ଯେ ଜୁନ୍ ୯ ତାରିଖରେ ସାଢେ଼ ଏଗାରରୁ ସାଢେ଼ ଗୋଟେ ସମୟ ଭିତରେ ମୁଖ୍ୟମନ୍ତ୍ରୀ ଭାବେ ନବୀନ ପଟ୍ଟନାୟକ ଷଷ୍ଠ ଥର ପାଇଁ ଶପଥ ନେବେ। ଯେତେ ବଡ଼ ଲୋକ କହିଲେ ବି କିଛି ଫରକ୍ ପଡ଼ିବନି। ସେ ଆହୁରି କହିଛନ୍ତି, ଡବଲ ଇଞ୍ଜିନ ସରକାର ଗଢ଼ିବା ପାଇଁ ଅନେକ ରାଜ୍ୟର ଲୋକ ବିଶ୍ଵାସ କରି ତେଲ ପକାଇଲେ, କିନ୍ତୁ ସରିଗଲା ଗାଡ଼ି ବନ୍ଦ ହେଇଗଲା। ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ଜବାବ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ବିଜେଡି ନେତା ଭି.କେ. ପାଣ୍ଡିଆନ ଏପରି କହିଛନ୍ତି। ଓଡ଼ିଶାରେ ବିଜେପିର ଡବଲ ଇଞ୍ଜିନ ସରକାର ଗଢିବା ଦୃଢୋକ୍ତିକୁ ଦିବା ସ୍ୱପ୍ନ କହିଲେ ବିଜେଡି ନବୀନ ପଟ୍ଟନାୟକ। ବ୍ରହ୍ମପୁର ଓ ନବରଙ୍ଗପୁର ଜନସଭାରେ ମୋଦୀଙ୍କ ମନ୍ତବ୍ୟ ପରେ ଭିଡ଼ିଓ ଜାରି କରି ତାତ୍ସଲ୍ୟ କଲେ ମୁଖ୍ୟମନ୍ତ୍ରୀ |

Breaking News