ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ବିହାର ରାଜଧାନୀ ପାଟନା ସହରର ପ୍ରସିଦ୍ଧ ତଖକ୍ତ ଶ୍ରୀ ହରିମନ୍ଦିର ଜୀ ପାଟ୍ନା ସାହିବ ପରିଦର୍ଶନ କରିଛନ୍ତି। ମନ୍ଦିର ପରିଦର୍ଶନ କରିବା ସହ ମୋଦୀ ସେଠାରେ ରୋଷେଇ କରୁଥିବା କର୍ମଚାରୀଙ୍କୁ ନିଜର ସହାୟତା କରିଥିଲେ। ମନ୍ଦିର ପରିସରରେ ଖାଇବାକୁ ବସିଥିବା ଭକ୍ତମାନଙ୍କୁ ଖାଦ୍ୟ ବି ପରସିଥିବାର ଭିଡିଓରେ ଦେଖିବାକୁ ମିଳିଛି।ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ବିସ୍ତୃତ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ତଖକ୍ତ ଶ୍ରୀହରିମନ୍ଦିର ଜୀ ପାଟ୍ନା ସାହିବ ହେଉଛି ରାଜ୍ୟ ରାଜଧାନୀରେ ଅବସ୍ଥିତ ଶିଖମାନଙ୍କ ପାଞ୍ଚଟି ତଖତ୍ ମଧ୍ୟରୁ ଅନ୍ୟତମ।ସୋମବାର ହାଜିପୁର, ମୁଜାଫରପୁର ଏବଂ ସରାନରେ ଏନଡିଏ ପ୍ରାର୍ଥୀଙ୍କ ସପକ୍ଷରେ ନିର୍ବାଚନ ରାଲିରେ ପ୍ରଧାନମନ୍ତ୍ରୀ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ରହିଛି। ତେବେ ମୋଦୀଙ୍କର ଏହି ରୋଷେଇ ଓ ଖାଦ୍ୟ ପରସିବାର ଭିଡିଓ ଏବେ ସୋସିଆଲ୍ ମିଡିଆରେ ଘୂରି ବୁଲୁଛି। ସୋସିଆଲ୍ ମିଡିଆ ବ୍ୟବହାରକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଭୂରି ଭୂରି ପ୍ରଶଂସା କରୁଛନ୍ତି।






More Stories
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦ….
ପେପର ଲିକ୍ କୌଣସି ରାଜନୈତିକ ପ୍ରସଙ୍ଗ ନୁହେଁ…..
ସୋନମ ୱାଙ୍ଗଚୁକଙ୍କ ସ୍ବାସ୍ଥ୍ୟାବସ୍ଥା ଉପରେ ଅପଡେଟ୍ କଲା ହସ୍ପିଟାଲ….