ରିପୋର୍ଟ କାର୍ଡ / ପୁରୀ
ଜମିବାଡ଼ି ବିବାଦକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ଏସିଡ୍ ମାଡ଼ ହୋଇଛି। ଏଥିରେ ୭ ଜଣ ଆହତ ହୋଇଛନ୍ତି। ପୁରୀ ତାଳବଣିଆ ଥାନା ଅନ୍ତର୍ଗତ ସିଦ୍ଧମହାବୀର ଅଞ୍ଚଳରେ ଏହି ଘଟଣା ଘଟିଛି। ଆହତଙ୍କ ମଧ୍ୟରେ ୪ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସମସ୍ତଙ୍କୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଚମାର ସାହିର ବିଜୟ ବେହେରା ଗାଁର କୋଠ ଜମିରେ ଘର କରିଥିଲେ। ଏନେଇ କୋର୍ଟରେ ମାମଲା ଚାଲିଛି। ଗତକାଲି ସନ୍ଧ୍ୟାରେ କିଛି ଗ୍ରାମବାସୀ ଆସି ବିଜୟଙ୍କୁ କେବେ ଘର ଖାଲି କରିବ ବୋଲି ପଚାରିଥିଲେ। ଏହି କଥାକୁ ବିଜୟ ଓ ଗ୍ରାମବାସୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ବିଜୟ ଉତକ୍ଷିପ୍ତ ହେବା ସହ ତାଙ୍କ ପୁଅ ସହ ମିଶି ଲୋକଙ୍କ ଉପରକୁ ଏସିଡ ମାଡ କରିଥିଲେ। ଏହି ଏସିଡ୍ ମାଡ଼ରେ ବିଜୟ ଓ ତାଙ୍କପୁଅ ସମେତ ୭ ଜଣ ଆହତ ହୋଇଥିଲେ। ପୋଲିସ ପହଞ୍ଚି ଘଟଣାର ତଦନ୍ତ କରୁଛି।






More Stories
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……