ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଦେଶରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ ପାଇଁ ସୋମବାର ମତଦାନ ଅନୁଷ୍ଠିତ ହେଉଛି। ୮ଟି ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୋଟ ୪୯ଟି ଲୋକସଭା ସିଟ୍ ପାଇଁ ମତଦାନ ଗ୍ରହଣ କରାଯାଉଛି। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ବୁଥରେ ଭୋଟରଙ୍କ ଭିଡ଼ ଦେଖିବାକୁ ମିଳୁଛି। ପଞ୍ଚମ ପର୍ଯ୍ୟାୟରେ ବହୁ ହେବିୱେଟ୍ ନେତାଙ୍କ ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର। ସେମାନଙ୍କ ମଧ୍ୟରେ କେନ୍ଦ୍ରମନ୍ତ୍ରୀ ରାଜନାଥ ସିଂହ, ସ୍ମୃତି ଇରାନୀ, କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏବଂ କେନ୍ଦ୍ରମନ୍ତ୍ରୀ ପିୟୁଷ ଗୋଏଲଙ୍କ ସମେତ ଅନ୍ୟ କେତେ ଜଣଙ୍କ ଭାଗ୍ୟ ନିର୍ଦ୍ଧାରଣ ହେବ। ଏହି ପର୍ଯ୍ୟାୟରେ ମୋଟ ୬୯୫ଜଣ ପ୍ରାର୍ଥୀ ମଇଦାନରେ ରହିଛନ୍ତି। ବିହାରରୁ ୫ଆସନ, ଜମ୍ମୁ-କାଶ୍ମୀରର ୧, ଝାଡଖଣ୍ଡର ୩, ଲଦାଖର ୧, ମହାରାଷ୍ଟ୍ରର ୧୩, ଉତ୍ତରପ୍ରଦେଶ ୧୪ ଆସନ, ପଶ୍ଚିମବଙ୍ଗର ୭ଆସନ ସମେତ ଓଡ଼ିଶାରେ ୫ଟି ଲୋକସଭା ଆସନରେ ମତଦାନ ହେଉଛି।
More Stories
ଆମନ୍ତ୍ରଣ ଗ୍ରହଣ କଲେ ଆନ୍ଦୋଳନରତ ଡାକ୍ତର,ସର୍ତ୍ତ ମାନିଲେ ପଶ୍ଚିମବଙ୍ଗ ସରକାର…..
ମନ୍ତ୍ରୀଙ୍କ ବାସଭବନ ଉପରେ ଗ୍ରେନେଡ୍ ଆକ୍ରମଣ, ହଟିଲା ଇଣ୍ଟରନେଟ୍ କଟକଣା…..
ସନ୍ଦୀପ ଘୋଷଙ୍କ ବାବଦରେ ବଡ଼ ତଥ୍ୟ ଦେଲା ସିବିଆଇ….