ରିପୋର୍ଟ କାର୍ଡ / ଖୋର୍ଦ୍ଧା
ପୋଲ ତଳୁ ଯୁବକ, ଯୁବତୀ ଙ୍କର ଗଳିତ ମୃତଦେହ ଉଦ୍ଧାର ହୋଇଛି । ୧୦ ଦିନ ହେଲା ନିଖୋଜ ଥିଲେ ଦୁଇ ଜଣ | ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା ଅନ୍ତର୍ଗତ ଅଠରାଙ୍ଗ ଗାଁରେ ଏହି ଘଟଣା ଘଟିଛି। ମୃତକ ଯୁବକଙ୍କ ଘର ଅଠରାଙ୍ଗ ପଞ୍ଚାୟତ ବୋତଳମା ଗାଁରେ। ସେହିପରି ଯୁବତୀଙ୍କ ଘର ହୀରାପୁର ପଞ୍ଚାୟତ ଲାଠିପଡା ଗାଁରେ। ଉଭୟଙ୍କୁ ହତ୍ୟା କରାଯାଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ଗତକାଲି ସନ୍ଧ୍ୟାରେ ଯୁବକ, ଯୁବତୀଙ୍କ ମୃତଦେହ ପୋଲ ତଳେ ପଡ଼ିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ଏନେଇ ପୋଲିସକୁ ଖବର ଦେଇଥିଲେ। ପୋଲିସ ଯୁବକ ଯୁବତୀଙ୍କ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଅନ୍ୟପକ୍ଷରେ ଯୁବତୀଙ୍କ ନିଖୋଜ ସମ୍ପର୍କରେ ବେଗୁନିଆ ଥାନାରେ ଅଭିଯୋଗ ହୋଇଥିଲା। ଯୁବକ, ଯୁବତୀଙ୍କୁ ମାରି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି। ଯୁବତୀଙ୍କ ମୃତଦେହ ଗଣ୍ଡିମୁଣ୍ଡ ଅଲଗା ଅବସ୍ଥାରେ ମିଳିଥିଲା। ତେବେ ଯୁବକଯୁବତୀଙ୍କ କିଏ ହତ୍ୟା କଲା ଓ କାହିଁକି କଲା ଓ ହତ୍ୟାକାଣ୍ଡ ପଛର କାରଣ ଅସ୍ପଷ୍ଟ ରହିଛି। ପୋଲିସ ଓ ସାଇଣ୍ଟିଫିକ୍ ଟିମ୍ ଘଟଣାର ତଦନ୍ତ କରୁଛି।






More Stories
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……