ରିପୋର୍ଟ କାର୍ଡ / କୋରାପୁଟ
ନନ୍ଦପୁର ଥାନାରେ କନଷ୍ଟେବଳଙ୍କୁ ମାଡ ମାରି ଦୁଇ ଅଭିଯୁକ୍ତ ଥାନାରୁ ଫେରାର ହୋଇଯାଇଥିଲେ। ଆଜି ପୋଲିସ ଦୁଇ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଛି। ବିଲାପୁଟ ଗାଁ ଶ୍ଵଶୁର ଘରୁ ପୋଲିସ ଅଭିଯୁକ୍ତକୁ ଗିରଫ କରିଥିବା ସୂଚନା ମିଳିଛି। ଅନ୍ୟ ଜଣେ ଅଭିଯୁକ୍ତ ଏବେବି ଫେରାର ରହିଛି। ସୂଚନା ଅନୁଯାୟୀ ନନ୍ଦପୁର ଦଳିତ ସାହିର ଉମେଶ ଗୁଣ୍ଠା କିଛି ଦିନ ତଳେ ଖିଳୁଆ ଗାଁର ଜଣେ ନାବାଳିକାଙ୍କୁ ଅପହରଣ କରିଥିଲା । ଏ ନେଇ ନାବାଳିକାଙ୍କ ବାପା ନନ୍ଦପୁର ଥାନାରେ ଏତଲା ଦେଇଥିଲେ। ଅଭିଯୋଗ କୁ ଆଧାର କରି ପୋଲିସ ଘଟଣାରେ ସମ୍ପୃକ୍ତ ଥିବା ଦୁଇ ଅଭିଯୁକ୍ତ ଉମେଶ ଏବଂ ଏସ୍.କେ ସାଇନ୍ ଙ୍କୁ ଆଣି ପଚରାଉଚରା କରୁଥିଲା। ମାତ୍ର କୌଣସିମତେ ଉଭୟ ଥାନାରୁ ଫେରାର ହୋଇଯାଇଥିଲେ। ପୋଲିସ ଆଜି ଜଣେ ଅଭିଯୁକ୍ତକୁ ଗିରଫ କରିଛି






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..