ରିପୋର୍ଟ କାର୍ଡ / ଭୁବନେଶ୍ୱର
ବରମୁଣ୍ଡା ଅଞ୍ଚଳରେ ଏକ ସ୍କର୍ପିଓ ଉପରକୁ ବୋମା ମାଡ଼ ହୋଇଥିବା ଅଭିଯୋଗ ହୋଇଛି। ବୋମାମାଡ଼ରେ ଗାଡ଼ିର କିଛି ଅଂଶ ଭାଙ୍ଗି ଯାଇଛି। ହେଲେ ଏଥିରେ କାହାର କିଛି କ୍ଷତି ହୋଇନାହିଁ। ଗତକାଲି ବିଳମ୍ବିତ ରାତିରେ ୪ରୁ ୫ ଜଣ ଦୁର୍ବୃତ୍ତ ଦୁଇଟି ବାଇକରେ ଆସି ବରମୁଣ୍ଡା ଅଞ୍ଚଳରେ ଥିବା ସ୍କର୍ପିଓ ଉପରକୁ ବୋମାମାଡ଼ କରି ଚମ୍ପଟ ମାରିଥିବା ଜଣାଯାଇଛି। ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଛି। ଖଣ୍ଡଗିରି ଥାନା ପୋଲିସ ଗାଡ଼ିକୁ ଜବତ ଘଟଣାର ତଦନ୍ତ କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ବୋମାମାଡ଼ ହୋଇଥିବା ଜଣାଯାଇଛି। ତେବେ ବୋମାମାଡ଼ ହୋଇଥିବା ଗାଡ଼ିଟି କାହାର ତାହା ଜଣାପଡ଼ିନାହିଁ।






More Stories
୭ ମୋର୍ଚ୍ଚା ପାଇଁ ପ୍ରଭାରୀ ଘୋଷଣା କଲା ଭାଜପା:ଓଡ଼ିଶାର ଏହି ନେତାଙ୍କୁ ମିଳିଲା….
ACF ସୌମ୍ୟରଞ୍ଜନ ମୃତ୍ୟୁ ମାମଲା; ବିଦ୍ୟାଭାରତୀଙ୍କ ଆବେଦନର ଶୁଣାଣି ଶେଷ….
ଆମ ବସ୍’ ଯାତ୍ରା ମାଗଣା…..