ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ମିଜୋରାମରେ ଏକ ପଥର ଖାଦାନରେ ପଥର ଅତଡ଼ା ଖସି ୧୦ ଜଣ ଶ୍ରମିକଙ୍କ ମୁତ୍ୟୁ ହୋଇଛି । ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ନିଖୋଜ ମଧ୍ୟ ଅଛନ୍ତି । ଏହି ପଥର ଖସିପଡ଼ିବା ପରେ ଅନେକ ଘର ଭାଙ୍ଗି ନଷ୍ଟ ହୋଇଯାଇଛି । ମଙ୍ଗଳବାର ସକାଳୁ ପ୍ରବଳ ବର୍ଷା ପରେ ପାହାଡିଆ ଅଞ୍ଚଳ ଆଇଜଲରେ ଭୁସ୍ଖଳନ ହୋଇଛି। ବାତ୍ୟା ରେମାଲ ଯୋଗୁ କିିଛି ଦିନ ହେବ ମିଜୋରମରେ ବର୍ଷା ଲାଗିରହିଥିଲା । ଆଜି ସକାଳୁ ଅଧିକ ବର୍ଷା ପରେ ଭୁସ୍ଖଳନ ଘଟିଥିବା କୁହାଯାଉଛି । କିଛି ଲୋକେ ମାଟି ତଳେ ଫସିରହିଥଥିବା ବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ୬ ନମ୍ବର ଜାତୀୟ ରାଜପଥରେ ଭୁସ୍ଖଖନ ପରେ ଆଇଜଲ ଯାତାୟତ ବନ୍ଦ ହୋଇଯାଇଛି । ବର୍ଷା ଲାଗିରହିଥିବାରୁ ସ୍କୁଲ ଗୁଡିକ ବନ୍ଦ ରଖାଯାଇଛି । ସରକାରୀ ଅଧିକାରୀଙ୍କୁ ଘରେ ରହି କାର୍ଯ୍ୟ କରିବାକୁ ନିର୍ଦ୍ଦେଶ ରହିିଛି ।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……