ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜ୍ୟ ସରକାର ଯୁବପିଢ଼ିଙ୍କୁ ସଶକ୍ତ କରିବା ପାଇଁ ଯୁଗାନ୍ତକାରୀ ପଦକ୍ଷେପ ନେଇଛନ୍ତି। ଯୁବପିଢ଼ି ଆଗେଇଲେ ଓଡ଼ିଶା ବିକଶିତ ରାଜ୍ୟରେ ପରିଣତ ହୋଇପାରିବ ବୋଲି ହୃଦୟଙ୍ଗମ କରିଛନ୍ତି। ଏହାସହ ୨୦୨୪ ନିର୍ବାଚନରେ ପୁଣି ସରକାରକୁ ଆସିଲେ ଆହୁରି କିଛି ଯୋଜନା ଲାଗୁ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଏହି କ୍ରମରେ ନବୀନ ସରକାର ଘୋଷଣା କରିଛନ୍ତି କି ରାଜ୍ୟର ଯୁବକମାନଙ୍କ ବିକାଶ ଓ ସମୃଦ୍ଧି ପାଇଁ ଆଗାମୀ ୧୦ ବର୍ଷରେ ୧ ଲକ୍ଷ କୋଟି ଟଙ୍କାର ସ୍ୱତନ୍ତ୍ର ଯୁବ ବଜେଟ ଆଣିବେ। ଏହି ବଜେଟକୁ ୧୦ ବର୍ଷ ମଧ୍ୟରେ ଯୁବପିଢିଙ୍କ ସମୃଦ୍ଧି ପାଇଁ ବିଭିନ୍ନ ଦିଗରେ ଖର୍ଚ୍ଚ କରାଯିବ ବୋଲି ରାଜ୍ୟ ସରକାର ପ୍ରତିଶ୍ରୁତି ଦେଇଛନ୍ତି । ସେହିଭଳି ରାଜ୍ୟର ଶିକ୍ଷିତ ଓ ଅର୍ଦ୍ଧଶିକ୍ଷିତ ବେକାର ଯୁବକ ଯୁବତୀମାନଙ୍କୁ ଆତ୍ମନିର୍ଭର କରିବାକୁ ରାଜ୍ୟ ସରକାର ସ୍ୱୟମ ଯୋଜନା ନାମରେ ଏକ ଯୋଜନା ପ୍ରଣୟନ କରିଛନ୍ତି । ଏହି ଯୋଜନାରେ ରାଜ୍ୟର ବେକାର ଯୁବକ ଯୁବତୀମାନେ ବ୍ୟାଙ୍କରୁ ବିନା ସୁଧରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇପାରିବେ । ଏହି ଋଣ ଦେବା ବେଳେ ବ୍ୟାଙ୍କ ଋଣଗ୍ରହିତାଙ୍କୁ କୌଣସି ବନ୍ଧକ ମାଗିପାରିବେ ନାହିଁ। ଏହି ଋଣ ସହଜ ଓ ସୁବିଧାରେ ଉପଲବ୍ଧ ହେବ। ଏଥିପାଇଁ ରାଜ୍ୟ ସରକାର ସମସ୍ତ ବ୍ୟାଙ୍କଗୁଡିକୁ ସୂଚନା ପ୍ରଦାନ କରିଛନ୍ତି। ଋଣ ନେଇ ବେକାର ଯୁବକ ଯୁବତୀ ବ୍ୟବସାୟ ସହ ଅନ୍ୟ କିଛି କରି ନିଜର ଗୁଜରାଣ ମେଣ୍ଟାଇପାରିବେ। ଏହାସହ ସେମାନଙ୍କ ପାଖରେ ଯଦି ବ୍ୟବସାୟ ପ୍ରତିଷ୍ଠାନ ରହିଛି ତେବେ ତାହାକୁ ବୃଦ୍ଧି କରିପାରିବେ।






More Stories
ହାତୀକୁ ଫାର୍ମହାଉସରେ ପୋତିଥିଲେ:୩ ଗିରଫ……
ହାଜତ ମୃତ୍ୟୁର ରିପୋର୍ଟ ମାଗିଲେ NHRC…..
ବଢିଲା ବସ୍ ଭଡ଼ା…..