Report Card Odisha

| Daily Odia News

ପାପୁଆ ନ୍ୟୁ ଗିନିକୁ ୧୦ ଲକ୍ଷ ଡଲାର ସହାୟତା କରିବ ଭାରତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଚଳିତମାସ ୨୪ରେ ପ୍ରଶାନ୍ତ ମହାସାଗରୀୟ ରାଷ୍ଟ୍ର ପାପୁଆ ନିୟୁ ଗିନିରେ ଭୂସ୍ଖଳନ ଘଟି ପ୍ରାୟ ୨ ହଜାର ଲୋକଙ୍କର ପ୍ରାଣହାନି ଘଟିଛି। ଏଭଳି ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା କରିବାକୁ ଭାରତ ସରକାର ମଙ୍ଗଳବାର ପାପୁଆ ନିଉ ଗିନିକୁ ୧୦ ଲକ୍ଷ ଡଲାର ସହାୟତା ରାଶି ପ୍ରଦାନ କରିବେ ବୋଲି ଘୋଷଣା କରିଛନ୍ତି। ପାପୁଆ ନିଉ ଗିନି ‘ଇଣ୍ଡିଆ-ପ୍ୟାସିଫିକ୍‌ ଆଇଲାଣ୍ଡ୍‌ସ କୋଅପରେସନ’ ସଂଗଠନର ସଦସ୍ୟ ରାଷ୍ଟ୍ର ହୋଇଥିବାବେଳେ ଏଭଳି ସହାୟତା ଯୋଗାଇବା ଜରୁରୀ ବୋଲି ଭାରତର ବିଦେଶ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଭୂସ୍ଖଳନରେ ପ୍ରାଣ ହରାଇଥିବା ଏବଂ ନିଖୋଜ ଥିବା ବ୍ୟକ୍ତିଙ୍କ ପରିବାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ସମବେଦନା ଜ୍ଞାପନ କରିଥିବାବେଳେ ଭାରତ ପକ୍ଷରୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ବୋଲି ପୂର୍ବରୁ ଘୋଷଣା କରିସାରିଥିଲେ। ୨୦୧୮ରେ ପାପୁଆ ନିଉ ଗିନିରେ ଘଟିଥିବା ଭୂମିକମ୍ପ ଏବଂ ୨୦୧୯, ୨୦୨୩ରେ ଘଟିଥିବା ଆଗ୍ନେୟଗିରି ଉଦ୍‌ଗୀରଣ ଘଟଣାରେ ମଧ୍ୟ ଭାରତ ପକ୍ଷରୁ ସହାୟତା ରାଶି ପ୍ରଦାନ କରାଯାଇଥିଲା।

Breaking News