ରିପୋର୍ଟ କାର୍ଡ / ଯାଜପୁର
ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ହିମାଂଶୁ ଶେଖର ସାହୁଙ୍କୁ ବିଜେପି ଦଳରୁ ବହିଷ୍କାର କରାଯାଇଛି। ଦଳ ବିରୋଧୀ ଓ ଦଳୀୟ ଅନୁଶାସନ ଭଙ୍ଗ କାରଣରୁ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ କ୍ରମେ ତାଙ୍କୁ ବହିଷ୍କାର କରାଯାଇଛି ବୋଲି ରାଜ୍ୟ ବିଜେପି କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି। ହିମାଂଶୁ ଧର୍ମଶାଳାରୁ ଟିକେଟ ପାଇବା ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କୁ ଟିକେଟ ମିଳିନଥିଲା। ଏନେଇ ହିମାଂଶୁ ଅସନ୍ତୋଷ ଥିଲେ। ଦଳ ପକ୍ଷରୁ ତାଙ୍କୁ ବହୁ ସୁଝାସୁଝା କରାଯାଇଥିଲା। ତା’ପରେ ବି ଧର୍ମଶାଳା ବିଧାନସଭା ଆସନରୁ ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଥିଲେ ହିମାଂଶୁ । ସ୍ୱାଧୀନ ପ୍ରାର୍ଥୀ ଭାବେ ଧର୍ମଶାଳାରୁ ଲଢ଼ୁଛନ୍ତି ହିମାଂଶୁ। ଅନ୍ୟପକ୍ଷରେ ଧର୍ମଶାଳାରେ କିଛି ରାଜନୈତିକ ହିଂସା ଦେଖା ଯାଇଥିଲା। ଏଥିରେ ହିମାଂଶୁ ଓ ତାଙ୍କ ସମର୍ଥକ ସାମିଲ ଥିବା ଅଭିଯୋଗ ମଧ୍ୟ ହୋଇଥିଲା।






More Stories
ଓଡିଶାରେ କରୋନା ଆକ୍ରାନ୍ତ ଚିହ୍ନଟ…..
ଦିଲ୍ଲୀରେ ୧୬ ମେଟ୍ରୋ ଷ୍ଟେସନ ବନ୍ଦ……
ଅକ୍ଟୋବରରୁ ନୂଆ ଭୋଟର ତାଲିକା ପ୍ରସ୍ତୁତି…..