ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ବରିଷ୍ଠ କଂଗ୍ରେସ ନେତା ତଥା ଥିରୁବନ୍ତପୁରମ୍ ସାଂସଦ ଶଶି ଥରୁରଙ୍କ ପିଏ ଗିରଫ ହୋଇଛନ୍ତି । ଦିଲ୍ଲୀ ବିମାନ ବନ୍ଦରରୁ ପୋଲିସ ଶିବ କୁମାର ଙ୍କୁ ଗିରଫ କରିଛି। ବିଦେଶରୁ ସୁନା ଚୋରା ଚାଲାଣ କରୁଥିବା ବେଳେ ସେ ଧରାପଡିଥିବା ସୂଚନା ମିଳିଛି। ଏହି ମାମଲା ସମ୍ପର୍କରେ ସୂଚନା ଦେଇ କଷ୍ଟମ ବିଭାଗର ଅଧିକାରୀମାନେ କହିଛନ୍ତି ଯେ ଦୁବାଇରୁ ଫେରୁଥିବା ସମୟରେ ଶଶି ଥରୁରଙ୍କ ପିଏ ଶିବ କୁମାରଙ୍କୁ ଦିଲ୍ଲୀ ବିମାନବନ୍ଦରରୁ ଗିରଫ କରାଯାଇଛି। ତାଙ୍କ ନିକଟରୁ ବିପୁଳ ପରିମାଣରେ ସୁନା ଜବତ ହୋଇଛି। ନିର୍ଦ୍ଧାରିତ ସୀମା ଠାରୁ ନିଜ ପାଖରେ ଅଧିକ ସୁନା ରଖିଥିବା ତାଙ୍କ ବିରୋଧରେ ଅଭିଯୋଗ ହୋଇଛି।କଷ୍ଟମ ବିଭାର ଅଧିକାରୀମାନେ ତାଙ୍କୁ ସୁନା ସହ ଜଡିତ ଡକ୍ୟୁମେଣ୍ଟ ମାଗିଛନ୍ତି। ତେବେ ଏତେ ପରିମାଣର ସୁନା ସେ କେଉଁଠୁ ଆଣିଲେ ତାହା ଜାଣିବା ପାଇଁ ତାଦନ୍ତ ଜାରି ରହିଛି।






More Stories
ପ୍ରତି ଆମେରିକୀୟଙ୍କୁ ମିଳିବ ୪.୭୬ ଲକ୍ଷ ଟଙ୍କା!…..
ରାହୁଲ ଗାନ୍ଧୀ ଭିିଭିଆଇପି ନୁହନ୍ତି, ଆମ ସାମନାରେ ସବୁ ମାମଲା ସମାନ……
ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି……