Report Card Odisha

| Daily Odia News

ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣା: ଆଉ ୫ ଗିରଫ….

ରିପୋର୍ଟ କାର୍ଡ / ଭଦ୍ରକ

ବିଜେପି ରାଜ୍ୟ ଯୁବ ମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ଆଉ ୫ଜଣଙ୍କୁ ଗିରଫ କରିଛି ପୋଲିସ । ପୂର୍ବରୁ ପୋଲିସ ୫ ଜଣଙ୍କୁ ଗିରଫ କରିଥିଲା। ଏବେ ଯାଏଁ ମୋଟ ଗିରଫଦାରୀ ସଂଖ୍ୟା ୧୦ରୁ ବୃଦ୍ଧି ପାଇଛି। ଗତ ୩୦ ତାରିଖ ଦିନ ଅଭିଳାଷ ପଣ୍ଡା ପ୍ରଚାର ସାରି ୪୦ରୁ ୫୦ ଜଣ କର୍ମୀଙ୍କ ସହ ଫେରୁଥିବା ବେଳେ ଚାନ୍ଦବାଲି ସସିତାଦେଇପୁର ନିକଟରେ ୧୦୦ଅଧିକ ବିଜେଡି କର୍ମୀ ସେମାନଙ୍କ ଉପରେ ଆକ୍ରମଣ କରିଥିଲେ। ଏଥିରେ ବିଜେପି ରାଜ୍ୟ ଯୁବମୋର୍ଚ୍ଚା ସଭାପତି ଅଭିଳାଷ ପଣ୍ଡାଙ୍କ ସହ ୪ ଜଣ ଗୁରୁତର ଆହତ ହୋଇଥିଲେ। ‌ପୋଲିସ ଏହି ଘଟଣାରେ ୫ଜଣଙ୍କୁ ଗିରଫ କରିଥିବା ବେଳେ ପୁଣି ଆଉ ୫ ଜଣଙ୍କୁ ଗିରଫ କରିଛି। ଅଭିଳାଷ ପଣ୍ଡାଙ୍କୁ ଆକ୍ରମଣ ଘଟଣାରେ ଅଭିଯୁକ୍ତ ମାନଙ୍କୁ ଗିରଫ କରାନଗଲେ ଡିଜିପିଙ୍କ ଅଫିସ ଘେରାଉ କରିବାକୁ ଚେତାବନୀ ଦେଇଥିଲା ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା। ଚାନ୍ଦବାଲି ବିଧାୟକ ବ୍ୟୋମକେଶ ରାୟ, ସ୍ଥାନୀୟ ସରପଞ୍ଚ ଓ ଅନ୍ୟ ଅଭିଯୁକ୍ତ ମାନଙ୍କ ବିରୋଧରେ କାହିଁକି କାର୍ଯ୍ୟାନୁଷ୍ଠାନ ହେଉନି ବୋଲି ପ୍ରଶ୍ନ କରିଥିଲେ ରାଜ୍ୟ ବିଜେପି ଯୁବ ମୋର୍ଚ୍ଚା ଉପ ସଭାପତି ସଂଗ୍ରାମ ପାତ୍ର।

Breaking News