Report Card Odisha

| Daily Odia News

‘ମୋଦୀ ରିଟର୍ନ’ ହାୱାରେ ଷ୍ଟକ୍‌ ମାର୍କେଟ୍‌ର ରେକର୍ଡ ବୃଦ୍ଧି…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଶେୟାର ବଜାର ଖୋଲିବା ପରେ ଦ୍ରୁତ ବୃଦ୍ଧି ଦେଖିବାକୁ ମିଳିଛି। ବିଭିନ୍ନ ଗଣମାଧ୍ୟମର ଏକଜିଟ୍‌‌ ପୋଲ ଫଳାଫଳରେ ‘ମୋଦୀ ରିଟର୍ନ’ ହାୱା ଯୋଗୁ ଶେୟାର ବଜାର ଖୋଲିବା ପରଠାରୁ ବିଏସଇ ସେନସେକ୍‌‌ସ ୨୬୦୧ ପଏଣ୍ଟ ବଢ଼଼ିଥିଲା। ସେହିପରି ଏନଏସଇ ନିଫଟି ୮୦୭ ପଏଣ୍ଟ ଉପରେ ଖୋଲିଥିଲା। ଏକଜିଟ ପୋଲ ଫଳାଫଳ ପ୍ରକାଶ ପାଇବା ପରେ ଶେୟାର ବଜାର ଉପରେ ଏହାର ପ୍ରଭାବ ପଡ଼ିଛି ବୋଲି ଅର୍ଥନୀତି ବିଶେଷଜ୍ଞମାନେ କହୁଛନ୍ତି। ସୋମବାର ଶେୟାର ବଜାର ଖୋଲିବା ପରେ ଉଭୟ ସେନ୍‌‌ସେକ୍‌‌ସ ଏବଂ ନିଫଟି ନିଜ ନିଜର ସର୍ବକାଳୀନ ଉଚ୍ଚ ସ୍ତରରେ ପହଞ୍ଚିଛନ୍ତି। ସେନ୍‌‌ସେକ୍‌‌ସ ୨୬୦୧ ପଏଣ୍ଟ ବୃଦ୍ଧି ପାଇ ୭୬୫୮୩.୨୯ରେ ପହଞ୍ଚିଥିଲା। ଏହା ପରେ ଏଥିରେ ସ୍ଥିରତା ଆସିଥିଲା। ପୂର୍ବାହ୍ନ ୧୦ଟା ୩୦ ସୁଦ୍ଧା ଏହା ୭୬୦୪୪.୮୨ ସ୍ତରରେ ଚାଲିଛି। ସେହିପରି ନିଫଟି ବି ୨୩୧୩୪.୫୫ ପଏଣ୍ଟରେ ଖୋଲିଥିଲା। ଲୋକସଭା ନିର୍ବାଚନ ଫଳାଫଳ ୪ ତାରିଖରେ ପ୍ରକାଶ ପାଇବ। ଏହାର ଦିନକ ପୂର୍ବରୁ ଏବଂ ଏକଜିଟ ପୋଲ୍‌‌ ଫଳାଫଳକୁ ନେଇ ଶେୟାର ବଜାର ସରଗରମ ରହିଛି। ଏହାଦ୍ୱାରା ନିବେଶକମାନଙ୍କ ମଧ୍ୟରେ ବହୁ ଉତ୍ସାହ ଦେଖିବାକୁ ମିଳିଛି।

Breaking News