ରିପୋର୍ଟ କାର୍ଡ / ଭୁବନେଶ୍ୱର
୨ ରୁ ୩ ଦିନ ମଧ୍ୟରେ ଆସିବ ଶୀଘ୍ର ଆସିବ ମୌସୁମୀ। ସ୍ୱଭାବିକ ସମୟର ୨ ଦିନ ପୂର୍ବରୁ ଓଡିଶା ଛୁଇଁବ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ। ଓଡିଶା ମୌସୁମୀ ଛୁଇଁବା ପାଇଁ ପାଗ ଅନୁଭୂଳ ରହିଛି। ୪୮ ଘଣ୍ଟା ମଧ୍ୟରେ ରାଜ୍ୟରେ ପ୍ରଚଣ୍ଡ ବିଜୁଳି ଘଡଘଡି ସହ ବର୍ଷା ସମ୍ଭାବନା ରହିଛି। ବଜ୍ରପାତ ନେଇ ୨୦ ଜିଲାକୁ ହଳଦିଆ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଭାଗ। ଦକ୍ଷିଣ ଓଡିଶାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଗଞ୍ଜାମ, ଗଜପତି, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳରେ ପ୍ରବଳ ବର୍ଷା ହେବ। ମୌସୁମୀକୁ ବାଟ କଢାଇବାରେ ସହାୟକ ହେବ କାଳବୈଶାଖୀ। ୮,୯, ୧୦ ତାରିଖରେ ପଶ୍ଚିମ ଓଡିଶାରେ ହେବ ଗ୍ରୀଷ୍ମ ପ୍ରବାହ। ବରଗଡ, ବଲାଙ୍ଗୀର ଓ ନୂଆପଡାରେ ଗ୍ରୀଷ୍ମ ପ୍ରବାହ ନେଇ ସତର୍କ ସୂଚନା ଜାରି କରାଯାଇଥିବା ବେଳେ ଏହି ସମୟରେ ୪୦ ରୁ ୪୩ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ରେକର୍ଡ ହୋଇପାରେ। ୫ ଦିନ ଗରମ ଓ ଗୁଳୁଗୁଳିରେ ଓଡିଶାବାସୀ ଛଟପଟ ହେବେ।






More Stories
ପ୍ରତିଷ୍ଠା ଦିବସରେ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ,ଗୃହମନ୍ତ୍ରୀ, ମୁଖ୍ୟମନ୍ତ୍ରୀ….
ଓଡ଼ିଶାରେ ପଶିପାରିବ ନାହିଁ ବାହାର ରାଜ୍ୟର ଗାଡ଼ି !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..