ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କେନ୍ଦ୍ରରେ ତୃତୀୟ ପାଳି ସରକାର ଆରମ୍ଭ କରିବାକୁ ଯାଉଥିବା ବିଜେପି କୁ କଡ଼ା ପରୀକ୍ଷା ସାମ୍ନା କରୁଛି । ସାଧାରଣ ନିର୍ବାଚନରେ ବିଜେପି ଏକାକୀ ସରକାର ଗଠନ ପାଇଁ ମ୍ୟାଜିକ ନମ୍ବର ହାସଲ କରି ପାରି ନଥିବାରୁ ଏବେ ସହଯୋଗୀ ଦଳଗୁଡ଼ିକ ନିଜ ନିଜର ଦାବି ଉପସ୍ଥାପନ କରିବା ଆରମ୍ଭ କରି ଦେଇଛନ୍ତି। ଜେଡିୟୁ ଓ ଟିଡିପି କିଙ୍ଗ ମେକର ସାଜିଛନ୍ତି। ଏମାନଙ୍କ ସମର୍ଥନ ଉପରେ ମୋଦି ୩.୦ ସରକାରର ଭାଗ୍ୟ ନିର୍ଭର କରୁଛନ୍ତି। ଏହାକୁ ଦୃଷ୍ଟିରେ ରଖି ନୀତୀଶ କୁମାରଙ୍କ ଜେଡିୟୁ ପଞ୍ଚାୟତିରାଜ, ରେଳ ଏଭଳି ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀ ଉପସ୍ଥାପନ କରିଛି। ଅନ୍ୟ ସହଯୋଗୀ ଦଳ ଟିଡିପି ସଡ଼କ ଓ ରାଜପଥ ମନ୍ତ୍ରୀ ପଦ ଦାବିକରିଥିବା ଜଣାପଡିଛି | ସେହିଭଳି ଏକନାଥ ସିନ୍ଧେ ୩ ମନ୍ତ୍ରୀ ମଣ୍ଡଳ ଦାବିକରିଛନ୍ତି | ଏହାକୁ ନେଇ ବିଜେପିରେ ଚର୍ଚ୍ଚା ଜୋର ଧରିଛି | ଲୋକସଭା ନିର୍ବାଚନର ଫଳାଫଳ ଅନୁଯାୟୀ ଭାରତୀୟ ଜନତା ପାର୍ଟି (ବିଜେପି) ୨୪୦ ଟି ଆସନ ପାଇଛି, ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାଠାରୁ ୩୨ ଟି ଆସନ ଦୂରରେ ରହିଛି । ଟିଡିପି ଏବଂ ଜେଡିୟୁ ଯଥାକ୍ରମେ ୧୬ ଓ ୧୨ ଆସନରେ ବିଜୟୀ ହୋଇଥିଲେ। ଏହି ଦୁଇ ଏବଂ ଅନ୍ୟ ମେଣ୍ଟ ସହଯୋଗୀଙ୍କ ସମର୍ଥନରେ ଜାତୀୟ ଗଣତାନ୍ତ୍ରିକ ମେଣ୍ଟ (ଏନଡିଏ) ସଂଖ୍ୟାଗରିଷ୍ଠତା ସଂଖ୍ୟା ଅତିକ୍ରମ କରିଛି। ଏହି ଆଧାରରେ ତୃତୀୟଥର ପାଇଁ ବିଜେପି ସରକାର ଗଡିବାକୁ ଯାଉଛି |
More Stories
ସ୍ତ୍ରୀ ହାତଗୋଡ଼ ବାନ୍ଧି ଏସିଡ ଢାଳିଲା ସ୍ବାମୀ….
ଆରଜି କର ଦୁଷ୍କର୍ମ ଓ ହତ୍ୟା ଘଟଣା: ଦୋଷୀ ସଞ୍ଜୟ ରୟକୁ ଆଜୀବନ କାରାଦଣ୍ଡ…..
୨୪ରୁ ପ୍ରଧାନମନ୍ତ୍ରୀ ଆବାସ ସର୍ଭେ…..