Report Card Odisha

| Daily Odia News

ଗାଜା ଉପରେ ଏୟାର ଷ୍ଟ୍ରାଇକ୍, ୨୭ ମୃତ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ

ଗାଜାର ଏକ ବିଦ୍ୟାଳୟ ଉପରେ ଏୟାର ଷ୍ଟ୍ରାଇକ୍ କରିଛି ଇସ୍ରାଏଲ। ଏଥିରେ ପ୍ରାୟ ୨୭ ଜଣଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହମାସ ସଂଗଠନର ସଦସ୍ୟ ହୋଇଥିବା ଦାବି କରିଛି ଇସ୍ରାଏଲ। ଗଣମାଧ୍ୟମ ରିପୋର୍ଟ ଅନୁସାରେ, ହମାସ ସଂଗଠନ ସ୍କୁଲରେ କ୍ୟାମ୍ପ କରି ଲୁଚି ରହୁଥିଲା। ଯୁଦ୍ଧ ପାଇଁ ସେଠାରୁ ସାଧାରଣ ନାଗରିକଙ୍କୁ ବିସ୍ଥାପିତ କରାଯାଇ ଯୁଦ୍ଧ କ୍ୟାମ୍ପ କରାଯାଇଥିଲା। ଇସ୍ରାଏଲ୍ ଦାବି କରିଛି ଯେ, କେନ୍ଦ୍ରୀୟ ଗାଜାର ନୁସିରାତରେ ଥିବା ମିଳିତ ଜାତିସଂଘର ସ୍କୁଲରେ ହାମାସର ଏକ କମାଣ୍ଡ ପୋଷ୍ଟ ଅଛି। ଏହିଠାରୁ ହମାସ ପ୍ରଥମେ ଯୁଦ୍ଧ ଆରମ୍ଭ କରିଥିଲା। ୭ ଅକ୍ଟୋବର ୨୦୨୩ରେ ଇସ୍ରାଏଲ ଉପରେ କରା ଯାଇଥିବା ଆକ୍ରମଣରେ ହାମାସ ଗାଜାର ଏହି ସ୍କୁଲରେ ଯୁଦ୍ଧବିମାନ ରଖି ଯୁଦ୍ଧ ଆରମ୍ଭ କରିଥିଲା। ଇସ୍ରାଏଲର ସୈନ୍ୟ ଆହୁରି କହିଛନ୍ତି, ଆକ୍ରମଣ ପୂର୍ବରୁ ସେଠାରେ ସାଧାରଣ ନାଗରିକଙ୍କ ମୃତ୍ୟୁ ହ୍ରାସ ପାଇଁ ପଦକ୍ଷେପ ନିଆଯାଇଛି। କିନ୍ତୁ ହମାସ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି।ହମାସ ପରିଚାଳିତ ସରକାରୀ ଗଣମାଧ୍ୟମ କାର୍ଯ୍ୟାଳୟର ନିର୍ଦ୍ଦେଶକ ଇସମାଇଲ ଅଲ-ଥବାବା ଇସ୍ରାଏଲର ଏହି ଦାବିକୁ ପ୍ରତ୍ୟାଖ୍ୟାନ କରି କହିଛନ୍ତି, ଇସ୍ରାଏଲ ପକ୍ଷରୁ କରାଯାଉଥିବା ଅମାନୁଷିକ କାର୍ଯ୍ୟାକୁ ଲୁଚାଇବା ପାଇଁ ଏପରି ମିଛ ଦାବି କରାଯାଉଛି।

Breaking News