Report Card Odisha

| Daily Odia News

ପାଣ୍ଡିଆନ୍‌ଙ୍କ ବିରୋଧରେ ଇଡ଼ିରେ ଅଭିଯୋଗ…..

ରିପୋର୍ଟ କାର୍ଡ / ଭୁବନେଶ୍ବର

ବିଜେଡ଼ି ନେତା ଭିକେ ପାଣ୍ଡିଆନ୍‌ଙ୍କ ବିରୋଧରେ ଦିଲ୍ଲୀସ୍ଥିତ ଇଡ଼ି ମୁଖ୍ୟ କାର୍ଯ୍ୟାଳୟରେ ଅଭିଯୋଗ କରାଯାଇଛି। ଶ୍ରୀଜଗନ୍ନାଥ ସେନା ପକ୍ଷରୁ ଏହି ଅଭିଯୋଗ ହୋଇଛି। ଜଗନ୍ନାଥ ସେନା ଆବାହକ ପ୍ରିୟ ଦର୍ଶନ ପଟ୍ଟନାୟକ କହିଛନ୍ତି ପଣ୍ଡିଆନ୍ କ୍ଷମତାର ଅପବ୍ୟବହାର କରି ଓଡ଼ିଶାର ଶାସନ ବ୍ୟବସ୍ଥାକୁ କବଜା କରି ବ୍ୟାପକ ଦୁର୍ନୀତି କରିଛନ୍ତି । ଖଣି, ନଗର ଉନ୍ନୟନ, ଅବକାରୀ, ରାଜସ୍ବ ତଥା ଅନେକ ବିଭାଗରେ ସେ ତାଙ୍କ ସହଯୋଗୀଙ୍କ ସହ ବ୍ୟାପକ ଅର୍ଥ ଦୁର୍ନୀତି କରିଛନ୍ତି । କେବଳ ସେତିକି ନୁହେଁ କୋଟି କୋଟି ଲୋକଙ୍କ ଆସ୍ଥାର ପ୍ରତୀକ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅପମାନ କରିଛନ୍ତି । ଅର୍ପଣ ରଥ ଆଳରେ ମହାପ୍ରଭୁଙ୍କୁ ବୁଲାଇ ଭିକ ପାଣ୍ତିଆନ ମଗାଇଥିବା ସେ କହିଛନ୍ତି । ଏହାର ଯିଏ ପ୍ରତିବାଦ କଲା ତାକୁ ମିଛ ମାମଲାରେ ହଇରାଣ କରାଯାଇଥିଲା । ତେବେ ମହାପ୍ରଭୁ କାହାରି ଗର୍ବ ରଖି ନାହାନ୍ତି । ପାଣ୍ଡିଆନଙ୍କୁ ମହାପ୍ରଭୁ କ୍ଷମତାଚ୍ୟୁତ କରିଛନ୍ତି । ତେବେ ସେ ଯେଭଳି ଅପରାଧ କରିଛନ୍ତି ତାହା କ୍ଷମା ଯୋଗ୍ୟ ନୁହେଁ ବୋଲି ପ୍ରିୟ ଦର୍ଶନ ପଟ୍ଟନାୟକ କହିଛନ୍ତି । ଓଡ଼ିଶାରେ ବେଆଇନ ଭାବେ ଶାସନ କଳକୁ କବଜା କରିବା, ବ୍ୟାପକ ଦୁର୍ନୀତି କରିବା, ମହାପ୍ରଭୁଙ୍କୁ ଅପମାନ କରିଥିବା ଆଦି ଅଭିଯୋଗରେ ଇଡି ପାଣ୍ଡିଆନଙ୍କୁ ଗିରଫ କରି କଠୋର କାର୍ଯ୍ୟାନୁଷ୍ଠାନ ନେବାକୁ ଜଗନ୍ନାଥ୍ ସେନା ଦାବି କରିଛି ।

Breaking News