ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
‘ଭାରତ ଯୋଡ଼ୋ ଯାତ୍ରା’ ପରେ ଏବେ ‘ଧନ୍ୟବାଦ ଯାତ୍ରା’ କରିବାକୁ ଯାଉଛନ୍ତି ବରିଷ୍ଠ କଂଗ୍ରେସ ନେତା ରାହୁଲ ଗାନ୍ଧୀ। ଉତ୍ତରପ୍ରଦେଶରେ ଦଳର ଭଲ ପ୍ରଦର୍ଶନକୁ ନେଇ ଉତ୍ସାହିତ ହୋଇ କଂଗ୍ରେସ ଏହି ଯାତ୍ରା କରିବାକୁ ଯାଉଛି। ଦଳ ପକ୍ଷରୁ ଘୋଷଣା ହୋଇଛି ଯେ ରାଜ୍ୟର ୪୦୩ ଟି ନିର୍ବାଚନ ମଣ୍ଡଳୀରେ ଜୁନ୍ ୧୧ ରୁ ୧୫ ପର୍ଯ୍ୟନ୍ତ ଏକ ‘ଧନ୍ୟବାଦ ଯାତ୍ରା’ ହେବ। ଦଳର ବରିଷ୍ଠ ନେତା ଓ କର୍ମୀମାନେ ଏହି ଯାତ୍ରାରେ ଅଂଶଗ୍ରହଣ କରିବେ ବୋଲି ଆଶା କରାଯାଉଛି। ଏହି ଯାତ୍ରା ସମୟରେ ବିଭିନ୍ନ ସମ୍ପ୍ରଦାୟର ଲୋକମାନଙ୍କୁ ସମ୍ବିଧାନର ଏକ ‘କପି’ ଦିଆଯାଇ ସମ୍ମାନିତ କରାଯିବ। ଆମେ ଜାଣନ୍ତି ଯେ ବିଜେପିକୁ ୨୦୧୯ ଭଳି ସ୍ପଷ୍ଟ ବହୁମତ ମିଳିନାହିଁ। ଏଥର ନିର୍ବାଚନରେ ଉତ୍ତରପ୍ରଦେଶରେ ଭଲ ପ୍ରଦର୍ଶନ କରିଛି ଇଣ୍ଡିଆ ମେଣ୍ଟ। ରାହୁଲ ତାଙ୍କ ମା’ ସୋନିଆ ଗାନ୍ଧୀଙ୍କର ୨୦୧୯ ମସିହାର ବିଜୟ ବ୍ୟବଧାନ ହାରକୁ ମଧ୍ୟ ଟପିଯାଇଛନ୍ତି। ରାହୁଲ ତାଙ୍କ ବିଜେପି ପ୍ରତିଦ୍ବନ୍ଦ୍ବୀ ଦିନେଶ ପ୍ରତାପ ସିଂହଙ୍କୁ ୩ ଲକ୍ଷ ୯୦ ହଜାରରୁ ଅଧିକ ଭୋଟ୍ରେ ପରାସ୍ତ କରିଛନ୍ତି । ଅନ୍ୟପକ୍ଷେ ୨୦୦୪ ମସିହାରୁ ରାଏବରେଲିରୁ ଲୋକସଭାକୁ ପ୍ରତିନିଧିତ୍ବ କରିଥିବା ସୋନିଆ ୨୦୧୯ ନିର୍ବାଚନରେ ଦିନେଶ ପ୍ରତାପ ସିଂହଙ୍କଠାରୁ ୧.୬୭ ଲକ୍ଷ ଭୋଟ୍ ବ୍ୟବଧାନରେ ଜିତିଥିଲେ। ଉଲ୍ଲେଖଯୋଗ୍ୟ, ଚଳିତ ଥର ରାହୁଲ ଗାନ୍ଧୀ ୨ଟି ଆସନରେ ନିର୍ବାଚନ ଲଢ଼ିଛନ୍ତି। ସେ ଉତ୍ତରପ୍ରଦେଶର ରାଏବରେଲି ଏବଂ କେରଳର ୱାୟନାଡ଼ ଆସନରେ ନିର୍ବାଚନ ଲଢ଼ି ଜିତଛନ୍ତି।






More Stories
ଭାରତ ବନ୍ଦରେ ୩୦କୋଟି ଶ୍ରମିକ ସାମିଲ…..
ଠିକ୍ ସମୟରେ କାମ ନହେଲେ କାର୍ଯ୍ୟାନୁଷ୍ଠାନ…..
ଆଜି ଦେଶବ୍ୟାପି ୬ଘଣ୍ଟିଆ ଧର୍ମଘଟ……