ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଟ୍ରେନ ଭିତରକୁ ମିଳିଛି ଖଣ୍ଡବିଖଣ୍ଡିତ ମୃତଦହ। ଜଣେ ମହିଳାଙ୍କୁ ଦୁଇ ଖଣ୍ଡ କରି ୨ଟି ବ୍ୟାଗରେ ଭର୍ତ୍ତି କରି ଟ୍ରେନରେ ରଖାଯାଇଛି |ମହିଳାଙ୍କ ପରିଚୟ ମିଳି ନଥିବା ବେଳେ ଦୁଇ ଖଣ୍ଡ ହୋଇ ସାରିଥିବା ମୃତଦେହର ହାତ ଓ ଗୋଡ଼ର ପତ୍ତା ମିଳିନି। ମଧ୍ୟପ୍ରଦେଶର ଇନ୍ଦୋରରୁ ଜିଆରପି ପୋଲିସ ଏପରି ଗୋଟିଏ ମୃତଦେହ ପାଇଛି। ପୋଲିସ ସନ୍ଦେହ କରିଛି ଯେ ମହିଳାଙ୍କୁ କୌଣସି ଏକ ଅଜଣା ସ୍ଥାନରେ ପ୍ରଥମେ ହତ୍ୟା କରାଯାଇଥିଲା। ଏହାପରେ ମୃତଦେହକୁ ବିକୃତ କରାଯିବା ସହ ଦୁଇ ଖଣ୍ଡ କରି ଟ୍ରେନରେ ରଖି ଦିଆଯାଇଛି। ଡ ଆମ୍ବେଦକର ନଗର- ଇନ୍ଦୋର ପ୍ୟାସେଞ୍ଜର ଟ୍ରେନର ଜଣେ ସଫେଇ କର୍ମଚାରୀ ପ୍ରଥମେ ଦୁଇଟି ବ୍ୟାଗ ସନ୍ଦେହଜନକ ଅବସ୍ଥାରେ ରହିଥିବା ଦେଖି ଜିଆରପିକୁ ସୂଚନା ଦେଇଥିଲେ। ଏହାପରେ ଜିଆରପି ଷ୍ଟେସନର ଇନଚାର୍ଜ ସଞ୍ଜୟ ଶୁକ୍ଳା ଟିମ ସହ ଘଟଣାସ୍ଥଳରେ ପହଞ୍ଚି ଦୁଇଟି ଯାକ ବ୍ୟାଗକୁ ଜବତ କରିଥିଲେ। ମହିଳାଙ୍କ ହାତ ଓ ଗୋଡ଼ର ପତ୍ତା ମିଳିନି। ଦୁଇ ଦିନ ତଳେ ମହିଳାଙ୍କୁ କୌଣସି ଏକ ସ୍ଥାନରେ ହତ୍ୟା କରାଯାଇଥିଲା। ଶନିବାର ରାତିରେ ଟ୍ରେନରେ ଏହାକୁ ରଖାଯାଇଛି। ଏବେ ମହିଳାଙ୍କ ପରିଚୟ ଜାଣିବା ପାଇଁ ଉଦ୍ୟମ ଚାଲିଥିବା ସେ କହିଛନ୍ତି।






More Stories
ଇସ୍ତଫା ଦାବି ଉପରେ ମୁହଁ ଖୋଲିଲେ ଧର୍ମେନ୍ଦ୍ର ପ୍ରଧାନ !…..
ମୋଦିଙ୍କୁ ମେସେଜ୍ ଦେଲେ ରାହୁଲ…..
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦ….