ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସାଂସଦ କଙ୍ଗନା ରଣାୱତଙ୍କୁ ଚାପୁଡ଼ା ମାରିଥିବା ସିଆଇଏସ୍ଏଫ୍ ମହିଳା ଯବାନ କ୍ଷମା ମାଗୁଛନ୍ତି। ଏହି ପ୍ରସଙ୍ଗରେ ବରିଷ୍ଠ ସିଆଇଏସ୍ଏଫ୍ ବିନୟ କାଜଲା ଆଲୋଚନା କରି କହିଛନ୍ତି, ଏହି ଘଟଣା ପରେ ସେ ଚଣ୍ଡିଗଡ଼ ବିମାନବନ୍ଦରରେ ପହଞ୍ଚିଥିଲେ। ଏହାପରେ ଘଟଣା କ’ଣ ଘଟିଛି ସେ ବିଷୟରେ ସମ୍ପୂର୍ଣ୍ଣ ବିବରଣୀ ନେଇଥିଲି। ମୋହାଲି ପୋଲିସ ୩୨୩ ଏବଂ ୩୪୧ ଅନୁଯାୟୀ କୁଲବିନ୍ଦର କୌରଙ୍କ ବିରୋଧରେ ମାମଲା ରୁଜୁ କରିଛି। ଉଭୟ ଜାମିନର ବିଭାଗ ରହିଛି। ମୁଁ ସ୍ବୀକାର କରୁଛି ଯେ ସୁରକ୍ଷା ବ୍ୟବସ୍ଥାରେ ତ୍ରୁଟି ରହିଥିଲା ଯାହାର ଯାଞ୍ଚ ଆଦେଶ ମୁଁ ଦେଇଛି। ଏଥିସହିତ ମୁଁ ନିଜେ କଙ୍ଗନା ରଣାୱତଙ୍କୁ ଭେଟିଥିଲି। ଏହି ଘଟଣା ପାଇଁ ମୁଁ କଙ୍ଗନାଙ୍କୁ କ୍ଷମା ବି ମାଗିଛି। ଏଥିସହିତ ଏହି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ସିଆଇଏସ୍ଏଫ୍ କୁଲବିନ୍ଦର କୌର ବି ବର୍ତ୍ତମାନ କ୍ଷମା ମାଗୁଛନ୍ତି। କଙ୍ଗନାଙ୍କୁ ଚାପୁଡ଼ା ମାରିବା ପରେ ମହିଳା ଯବାନ କୁଲବିନ୍ଦର କୌର କହିଥିଲେ ଯେ କୃଷକ ଆନ୍ଦୋଳନ ସମୟରେ ପଞ୍ଜାବର ମହିଳାମାନଙ୍କ ଉପରେ କଙ୍ଗନା ରାଣାୱତ ବିବାଦୀୟ ମନ୍ତବ୍ୟ ଦେଇଥିଲେ। କୃଷକ ଆନ୍ଦୋଳନକୁ ନେଇ ଅଭିନେତ୍ରୀ କହିଥିଲେ ଯେ ପଞ୍ଜାବର ମହିଳାମାନେ ଟଙ୍କା ପାଇଁ କୃଷକ ଆନ୍ଦୋଳନରେ ଅଂଶଗ୍ରହଣ କରିଥିଲେ। ମୋର ମା’ ମଧ୍ୟ ଏହି କୃଷକ ଆନ୍ଦୋଳନରେ ଭାଗ ନେଇଥିଲେ। କୃଷକ ଆନ୍ଦୋଳନ ସମୟରେ କଙ୍ଗନା ଦେଇଥିବା ଏହି ବିବୃତିକୁ ନେଇ ମୋର ରାଗ ଥିଲା। ତେଣୁ ମୁଁ ତାଙ୍କୁ ଚାପୁଡ଼ା ମାରି ମୋର ରାଗ ଶାନ୍ତି କରିଛି। ଏହି ଘଟଣା ପରେ ଯଦି ମୋତେ ଚାକିରି ହରାଇବାକୁ ପଡ଼େ ତେବେ ଭୟ ନାହିଁ … ମୁଁ ମୋ ମା’ଙ୍କ ସମ୍ମାନ ପାଇଁ ହଜାର ହଜାର ଚାକିରି ହରାଇବାକୁ ପ୍ରସ୍ତୁତ ଅଛି।’






More Stories
ଇସ୍ତଫା ଦାବି ଉପରେ ମୁହଁ ଖୋଲିଲେ ଧର୍ମେନ୍ଦ୍ର ପ୍ରଧାନ !…..
ମୋଦିଙ୍କୁ ମେସେଜ୍ ଦେଲେ ରାହୁଲ…..
ପ୍ରଧାନମନ୍ତ୍ରୀ ମୋଦୀଙ୍କ ବାସଭବନ ନିକଟରେ କଂଗ୍ରେସର ପ୍ରତିବାଦ….