ରିପୋର୍ଟ କାର୍ଡ / ଭୁବନେଶ୍ବର
ରାଜଧାନୀ ଭୁବନେଶ୍ବରରେ ପୁଣିଥରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରୋଡ୍ ସୋ’ କରିବେ। ରାଜ୍ୟରେ ଭାରତୀୟ ଜନତା ପାର୍ଟି ସରକାର ଆରମ୍ଭ ହେବାର ଅଳ୍ପ ସମୟ ପୂର୍ବରୁ ମୋଦୀ ରୋଡ୍ ସୋ’ କରିବେ। ମୋଦୀଙ୍କ ଏହି ରୋଡ୍ ସୋ’ ଆସନ୍ତା ୧୨ ତାରିଖ ସନ୍ଧ୍ୟା ସମୟରେ ଆୟୋଜନ କରାଯିବ। ଏକ ସ୍ବତନ୍ତ୍ର ଏକ ବାହନରେ ନରେନ୍ଦ୍ର ମୋଦୀ ଜୟଦେବ ବିହାର ଠାରୁ ଜନତା ମଇଦାନ ଅଭିମୁଖେ ବାହାରିବେ। ରୋଡ୍ ଶୋ’ କରି ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥ ସମାରୋହକୁ ଯିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି| ଏଥିରେ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେଣୁ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିଛି କମିଶନରେଟ୍ ପୋଲିସ |






More Stories
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..
୧୩ରେ ରାଜ୍ୟ କ୍ୟାବିନେଟ୍…..