Report Card Odisha

| Daily Odia News

ସ୍ତ୍ରୀକୁ ପିଟିପିଟି ହତ୍ୟା କଲେ ସ୍ବାମୀ…..

ରିପୋର୍ଟ କାର୍ଡ / ବାଲେଶ୍ବର

ପାରିବାରିକ କଳହର କରୁ ସ୍ତ୍ରୀକୁ ପିଟିପିଟି ସ୍ବାମୀ ହତ୍ୟା କରିଛି । ବାଲେଶ୍ବର ଜିଲ୍ଲା ଖଇରା ଥାନା ଅସୁରିଆ ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି । ମୃତକ ଜଣକ ହେଲେ କାଞ୍ଚନ ପରିଡ଼ା । ଅଭିଯୁକ୍ତ ସ୍ବାମୀ ରମାକାନ୍ତ ପରିଡ଼ାଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଛି । ଅଭିଯୋଗ ଅନୁସାରେ ରମାକାନ୍ତ ବେଆଇନ ମଦ ବିକ୍ରି କରିବା ସହ ନିଶାରେ ସ୍ତ୍ରୀଙ୍କୁ ମାରପିଟ କରୁଥିଲେ । ଏପରିକି ଗାଁରେ ବିଭିନ୍ନ ସମୟରେ ଗଣ୍ଡଗୋଳ ମଧ୍ଯ କରୁଥିଲେ । ୭ ବର୍ଷ ତଳେ ଜଣେ ଯୁବକଙ୍କୁ ଭୁଜାଲିରେ ହାଣି ହତ୍ଯା କରି ସେ ଜେଲ୍ ଯାଇଥିଲେ। ପରେ ଜାମିନରେ ଆସି ମଧ୍ଯ ଅନେକ ସମୟରେ ସେ ଅନ୍ୟମାନଙ୍କ ସହ ମାରପିଟ କରୁଥିଲେ ବୋଲି ପୋଲିସ କହିଛି । ସୂଚନା ଅନୁଯାୟୀ, ବୁଧବାର ବିଳମ୍ବିତ ରାତିରେ କୌଣସି କାରଣରୁ ସ୍ବାମୀ-ସ୍ତ୍ରୀଙ୍କ ମଧ୍ଯରେ ବଚସା ହୋଇଥିଲା । ଏଥିରେ ଉତକ୍ଷିପ୍ତ ହୋଇ ସ୍ତ୍ରୀକୁ ଠେଙ୍ଗାରେ ପିଟିପିଟି ସେ ହତ୍ଯା କରିଥିଲେ । ଗ୍ରାମବାସୀ ଏନେଇ ଥାନାରେ ସୂଚନା ଦେଇଥିଲେ। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିୁଯୁକ୍ତକୁ ଅଟକ ରଖି ତଦନ୍ତ କରୁଛି ।

Breaking News