ରିପୋର୍ଟ କାର୍ଡ / ଭୁବନେଶ୍ୱର
କୁଏତରେ ଏକ କୋଠାରେ ଘଟିଥିବା ଭୟଙ୍କର ଅଗ୍ନିକାଣ୍ଡରେ ୪୦ ଜଣ ଭାରତୀୟଙ୍କର ମୃତ୍ୟୁ ଘଟିଥିବା ବେଳେ ସେମାନଙ୍କ ମଧ୍ୟରେ ଅଛନ୍ତି ୨ ଜଣ ଓଡ଼ିଆ ଥିବା ଜଣାପଡିଛି । ସେମାନେ ହେଲେ ମହମ୍ମଦ ଜହୁର ଓ ସନ୍ତୋଷ ଗୌଡ଼। ମହମ୍ମଦ ଜହୁରଙ୍କ ମୃତ୍ୟୁ ନେଇ ତାଙ୍କ ଭାଇ ମହମ୍ମଦ କୌରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଜହୁରଙ୍କ ଘର କଟକ ତିଗିରିଆ ଥାନା କରଡ଼ାପଲ୍ଲୀ ଗାଁରେ। ଜହୁର କୁଏତରେ ୨୦୧୭ ମସିହାରୁ ଲାବରୋଟାରୀ ଟେକନିସିଆନ୍ ଭାବେ କାର୍ଯ୍ୟ କରୁଥିଲେ। ଅନ୍ୟପକ୍ଷରେ ସନ୍ତୋଷ ଗୌଡ଼ଙ୍କ ସମ୍ପର୍କରେ କୌଣସି ସ୍ପଷ୍ଟ ସୂଚନା ମିଳିପାରିନି। ତାଙ୍କ ଘର କେଉଁଠି ସେ ନେଇ ଖବର ମିଳିନି। ଆଜି ୨ ଓଡ଼ିଆଙ୍କ ସମେତ ୪୦ ଭାରତୀୟଙ୍କ ମୃତଦେହ ସ୍ୱଦେଶ ପହଞ୍ଚିବ। ଭାରତୀୟଙ୍କ ମରଶରୀରକୁ ଧରି ବାୟୁସେନାର ସ୍ୱତନ୍ତ୍ର ବିମାନ ସ୍ୱଦେଶ ଫେରୁଥିବା ସୂଚନା ମିଳିଛି।
ସୂଚନାଯୋଗ୍ୟ, ଏହି ଅଗ୍ନିକାଣ୍ଡରେ ଏଯାବତ୍ ୪୯ ଜଣଙ୍କ ମୃତ୍ୟୁ ଘଟିଛି।






More Stories
ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ଫଳ:ପାସ୍ ହାର ୯୫.୩୩%….
ରାଜ୍ୟରେ ୭ ଯାଏଁ କାଳବୈଶାଖୀ…..
ଆଜି ମାଟ୍ରିକ ପରୀକ୍ଷା ଫଳ…..