ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଜଣେ ୧୭ ବର୍ଷୀୟା ନାବାଳିକାଙ୍କ ମା’ଙ୍କ ଅଭିଯୋଗ ପରେ ପୋକ୍ସୋ ଆଇନ ଅଧୀନରେ ରୁଜୁ ହୋଇଥିବା ମାମଲାରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜେପି ନେତା ୟେଦିୟୁରାପ୍ପା ସୋମବାର ସିଆଇଡିରେ ହାଜର ହୋଇଛନ୍ତି। କର୍ଣ୍ଣାଟକ ହାଇକୋର୍ଟ ମାର୍ଚ୍ଚ ୧୪ରେ ରୁଜୁ ହୋଇଥିବା ମାମଲାରେ ଭାରତୀୟ ଜନତା ପାର୍ଟି (ବିଜେପି)ର ବରିଷ୍ଠ ନେତାଙ୍କ ଗିରଫଦାରୀ ଉପରେ ଶୁକ୍ରବାର ରୋକ୍ ଲଗାଇଥିଲେ। ଏହାର ଠିକ୍ ଗୋଟିଏ ଦିନ ପୂର୍ବରୁ ଗୁରୁବାର ଏହି ମାମଲାରେ ୟେଦିୟୁରାପ୍ପାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା ଜାରି ହୋଇଥିଲା। ସେ ତଦନ୍ତରେ ଯୋଗ ଦେବା ପାଇଁ ସମୟ ମାଗିଥିଲେ। ୮୧ ବର୍ଷୀୟ ପୂର୍ବତନ ମୁଖ୍ୟମନ୍ତ୍ରୀ ଏହି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ତାଙ୍କ ବିରୋଧରେ ଷଡ଼ଯନ୍ତ୍ର କରୁଥିବା ଲୋକଙ୍କୁ ଜନତା ଶିକ୍ଷା ଦେବେ।






More Stories
ମଙ୍ଗଳବାର ଇରାନ୍ ପାଇଁ ଶେଷ ଦିନ !…..
ରାଜ୍ୟସଭାରେ ଶପଥ ନେଲେ ଓଡ଼ିଶାରୁ ୩ ସାଂସଦ…..
ଆପ ଅଭିଯୋଗକୁ ରାଘବଙ୍କ ଖଣ୍ଡନ…..