ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
କର୍ମଚାରୀଙ୍କୁ କଡ଼ା ଚେତାବନୀ ଦେଇଛନ୍ତି କେନ୍ଦ୍ର ସରକାର। ଅଭ୍ୟାସଗତ ଭାବେ ବିଳମ୍ବରେ ଅଫିସ ଆସି ଶୀଘ୍ର ଯାଉଥିବା କର୍ମଚାରୀଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ। ବିଳମ୍ବରେ ଆସି ଶୀଘ୍ର ଅଫିସ ଛାଡ଼ୁଥିବା ଘଟଣାକୁ ଅଧିକୃତ ଅଧିକାରୀମାନେ ଗୁରୁତ୍ୱର ସହ ନେବାକୁ କେନ୍ଦ୍ର ସରକାର କହିଛନ୍ତି। ଅନେକ କର୍ମଚାରୀ ବାୟୋମେଟ୍ରିକ୍ ଆଟେଣ୍ଡାଣ୍ଟ ସିଷ୍ଟମ୍ (AEBAS)ରେ ସେମାନଙ୍କର ଉପସ୍ଥାନ ପଞ୍ଜିକରଣ କରୁ ନାହାନ୍ତି। ଏହା ବ୍ୟତୀତ କିଛି କର୍ମଚାରୀ ନିୟମିତ ଭାବରେ ବିଳମ୍ବରେ ଆସୁଥିବାର ଅଭିଯୋଗ ମଧ୍ୟ ଆସିଥିଲା। ଏପରି ଅଭିଯୋଗ ଆସିବା ପରେ ମୋବାଇଲ୍ ଫୋନ୍ ଆଧାରିତ ଫେସ ଅଥିଟିକେସନ ପ୍ରଣାଳୀ ବ୍ୟବହାର କରିବାକୁ କାର୍ମିକ ମନ୍ତ୍ରଣାଳୟ ପକ୍ଷରୁ ପ୍ରସ୍ତାବ ଦିଆଯାଇଛି। ଏହାଦ୍ୱାରା କର୍ମଚାରୀଙ୍କ ଲାଇଭ ଲୋକେସନ ଜାଣିହେବ। ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ AEBASର ସଠିକ କାର୍ଯ୍ୟକାରିତା ମାମଲାର ସମୀକ୍ଷା କରାଯାଇଛି। AEBASର କାର୍ଯ୍ୟାନ୍ୱୟନରେ ଢିଲା ପଣ ଆପଣା ଯାଇଥିବା ଜଣାପଡ଼ିଛି। ଏହାକୁ ଗୁରୁତର ସହ ଗ୍ରହଣ କରି ମନ୍ତ୍ରଣାଳୟ କହିଛି ଯେ ସମସ୍ତ ବିଭାଗ ନିୟମିତ ଭାବରେ ଉପସ୍ଥାନ ରିପୋର୍ଟ ଉପରେ ନଜର ରଖିବେ। ମନ୍ତ୍ରଣାଳୟ କହିଛି ଯେ ଅଭ୍ୟାସଗତ ଭାବେ ବିଳମ୍ବରେ ଆସୁଥିବା ଓ ଶୀଘ୍ର ଅଫିସ ଛାଡ଼ୁଥିବା ଘଟଣାକୁ ଗୁରୁତର ସହ ନିଆଯିବା ଉଚିତ। ଏଭଳି କର୍ମଚାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ। ବିଳମ୍ବରେ ଆସୁଥିବା କର୍ମଚାରୀଙ୍କ ସିଏଲରୁ ଅଧା ଦିନ ଛୁଟି କଟାଯିବ। ଯଦି କାହାର ସିଏଲ ନଥିବ, ତା’ହେଲେ ସେମାନଙ୍କ ବିରୋଧରେ ବିଭାଗ ପକ୍ଷରୁ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ତେବେ ମାସକ ମଧ୍ୟରେ ଥରେ କିମ୍ବା ଦୁଇ ଥର ବିଳମ୍ବ ହେଲେ ଉପଯୁକ୍ତ କାରଣ ଦର୍ଶାଉଥିବା କର୍ମଚାରୀଙ୍କ କ୍ଷେତ୍ରରେ କାର୍ଯ୍ୟାନୁଷ୍ଠାନ ହେବନି ବୋଲି ମନ୍ତ୍ରଣାଳୟ କହିଛି।ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ଯେ କର୍ମଚାରୀଙ୍କ ଉପସ୍ଥିତି AEBASରେ ହିଁ ରେକର୍ଡ କରାଯିବ। କେଉଁ କାରଣରୁ କର୍ମଚାରୀମାନେ କ୍ରମାଗତ ଭାବରେ ଅଫିସରେ ପହଞ୍ଚିବାରେ ବିଳମ୍ବ କରୁଛନ୍ତି, ତାହା ଜଣାପଡ଼ିବ। ସମସ୍ତ ବିଭାଗ ସେମାନଙ୍କ କର୍ମଚାରୀମାନଙ୍କୁ ଅଫିସ୍ ସମୟର ନିର୍ଦ୍ଦେଶାବଳୀ ଅନୁସରଣ କରିବା ଦରକାର ବୋଲି ମନ୍ତ୍ରଣାଳୟ କହିଛି।






More Stories
୬୦୦ କକ୍ରୋଚ୍ ପାର୍ଟି ସମର୍ଥକ ଅଟକ….
ଅଟକ ନେତାଙ୍କୁ ଛାଡ଼ିବାକୁ ୱାଙ୍ଗଚୁକଙ୍କ ଚେତାବନୀ….
ଆମକୁ ଜ୍ଞାନେଶ ନୁହେଁ, ଗଣେଶ ଜୀ କରୁଛନ୍ତି ସାହାଯ୍ୟ…..