Report Card Odisha

| Daily Odia News

ଆଜି ଚାଷୀଙ୍କୁ ମିଳିବ ପିଏମ୍‌ କିଷାନ ଟଙ୍କା,ବିଧାୟକ,ସାଂସଦଙ୍କ ଉପସ୍ଥିତରେ ବଣ୍ଟା ହେବ…..

ରିପୋର୍ଟ କାର୍ଡ / ନୂଆଦିଲ୍ଲୀ/ ଭୁବନେଶ୍ବର

ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୧୭ତମ କିସ୍ତି ଆଜି ଚାଷୀଙ୍କୁ ପ୍ରଦାନ କରାଯିବ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ହିତାଧିକାରୀଙ୍କୁ ସହାୟତା ରାଶି ବଣ୍ଟନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ସମେତ ଦୁଇ ଉପମୁଖ୍ୟମନ୍ତ୍ରୀ, ମନ୍ତ୍ରୀମାନଙ୍କ ସହିତ ସାଂସଦମାନେ ବିଭିନ୍ନ ଜିଲ୍ଲାରେ ଉପସ୍ଥିତ ରହି କିଷାନ ସମ୍ମାନ ନିଧି ଅର୍ଥ ଚାଷୀଙ୍କୁ ବଣ୍ଟନ କରିବେ। ୧୭ତମ କିସ୍ତି ବଣ୍ଟନ ଦିବସକୁ ‘ପିଏମ୍‌ କିଷାନ ଉତ୍ସବ’ ଭାବେ ପାଳନ କରାଯିବ। ଆଜି ଅପରାହ୍ଣ ସାଢେ ୪ଟାରୁ ୭ଟା ପର୍ଯ୍ୟନ୍ତ ବିଭିନ୍ନ ଜିଲ୍ଲାରେ ଏଥିପାଇଁ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ଓ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ବରଗଡ ଜିଲ୍ଲାରେ ଚାଷୀଙ୍କୁ ସହାୟତା ରାଶି ବଣ୍ଟନ କରିବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ପୁରୀ, ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କଟକ, ଗ୍ରାମ୍ୟ ଉନ୍ନୟନ, ପଞ୍ଚାୟତିରାଜ ଓ ପାନୀୟଜଳ ମନ୍ତ୍ରୀ ରବିନାରାୟଣ ନାୟକ ନୟାଗଡ, ବିଦ୍ୟାଳୟ ଗଣଶିକ୍ଷା, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ପଛୁଆବର୍ଗ, ସାମାଜିକ କଲ୍ୟାଣ ଓ ସଶକ୍ତୀକରଣ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କେନ୍ଦ୍ରାପଡ଼ା, ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ, ବିଜ୍ଞାନ ଓ ବୈଷୟିକ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଢେଙ୍କାନାଳ, ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ଖୋର୍ଦ୍ଧା, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ବୈଦ୍ୟୁତିକ ଓ ସୂଚନା ବୈଷୟିକ ଡ. ମୁକେଶ ମହାଲିଙ୍ଗ କେଭିକେ ଓ ସିଫା କୌଶଲ୍ୟାଗଙ୍ଗ, ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣିମନ୍ତ୍ରୀ ବିଭୂତିଭୂଷଣ ଜେନାଙ୍କୁ ଗଞ୍ଜାମ, ଗୃହ ଓ ନଗର ଉନ୍ନୟନ, ସାଧାରଣ ଅଭିଯୋଗ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଅନୁଗୋଳ, ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ଶ୍ରମ, ନିଯୁକ୍ତି ଓ ବୀମାମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କେଭିକେ, ବଡଚଣା, ଉଚ୍ଚଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର, ଓ ଭାଷା ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଭଦ୍ରକ, ସମବାୟ ହସ୍ତତନ୍ତ, ବୟନଶିଳ୍ପ ଓ ହସ୍ତଶିଳ୍ପ ପ୍ରଦୀପ ବଳସାମନ୍ତ ଯାଜପୁର, ମତ୍ସ୍ୟ ଓ ପଶୁ ସମ୍ପଦ ବିକାଶ, ଅତିକ୍ଷୁଦ୍ର ଓ କ୍ଷୁଦ୍ର ଓ ମଧ୍ୟମ ଉଦ୍ଦ୍ୟୋଗ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ କେଭିକେ ଭଞ୍ଜନଗର, ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ସମ୍ପଦ ସ୍ବାଇଁଙ୍କୁ ଜଗତସିଂହପୁର ଦାୟିତ୍ୱ ଦିଆଯାଇଛି। ସେହିପରି ବାଲେଶ୍ୱର, ଗଜପତି, କଳାହାଣ୍ଡି, କନ୍ଧମାଳ, କେନ୍ଦୁଝର, ମୟୂରଭଞ୍ଜ ଏବଂ ନବରଙ୍ଗପୁର ଜିଲ୍ଲାରେ ସାଂସଦମାନେ ଉପସ୍ଥିତ ରହି ପିଏମ କିଷାନ ନିଧି କିସ୍ତି ଅର୍ଥ ବଣ୍ଟନ କରିବାକୁ ନିର୍ଦେଶ ଦିଆଯାଇଛି। ତୃତୀୟଥର ପାଇଁ ନରେନ୍ଦ୍ର ମୋଦୀ ଦେଶର ପ୍ରଧାନମନ୍ତ୍ରୀ ହେବା ପରେ ପ୍ରଥମେ ପିଏମ କିଷାନ ନିଧିର ୧୭ତମ କିସ୍ତି ପ୍ରଦାନ ସମ୍ବନ୍ଧିତ ଫାଇଲରେ ଦସ୍ତଖତ କରିଥିଲେ। ପ୍ରଧାନମନ୍ତ୍ରୀ କୃଷକ ଯୋଜନା ଏକ ଡିବିଟି ଯୋଜନା। ଏହି ଯୋଜନାରେ କୃଷକଙ୍କୁ ବର୍ଷକୁ ୬,୦୦୦ଟଙ୍କା ସହାୟତା ପ୍ରଦାନ କରାଯାଇଥାଏ।

Breaking News