ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ସୁପ୍ରିମକୋର୍ଟରେ ନିଟ୍ ପରୀକ୍ଷା ସହ ଜଡିତ ଆବେଦନ ବଢ଼ିବାରେ ଲାଗିଛି। ସବୁ ଆବେଦନର ଗୋଟିଏ ଦାବି ରହିଛି। ଆଜି ପୁଣି NEET ମାମଲକୁ ନେଇ ସୁପ୍ରିମକୋର୍ଟରେ ଶୁଣାଣି କରିଛନ୍ତି। NTA ଉପରେ ବର୍ଷିଛନ୍ତି ସର୍ବୋଚ୍ଚ ଅଦାଲତ। ଭୁଲ୍ ହୋଇଥିଲେ ଶୀଘ୍ର ସୁଧାର ବୋଲି କହିଛନ୍ତି। ସୁପ୍ରିମକୋର୍ଟଙ୍କ ଅବକାଶକାଳୀନ ବେଞ୍ଚ NEET UG 2024 ରେଜଲ୍ଟରେ ହୋଇଥିବା ହେରଫେରକୁ ନେଇ ଆବେଦନର ଶୁଣାଣି କରି ଏନଟିଏ ଏବଂ କେନ୍ଦ୍ରକୁ ନୋଟିସ ଜାରି କରିଛନ୍ତି। NEET-UG ପରୀକ୍ଷାରେ ହୋଇଥିବା କାଗଜପତ୍ର ଲିକ୍ ଏବଂ ଅନିୟମିତତା ସମ୍ପର୍କିତ ପିଟିସନ ଉପରେ ଜବାବ ମାଗିଛନ୍ତି। ଯଦି କାହା ପକ୍ଷରୁ ସାମାନ୍ୟ ବି ଭୁଲ୍ ହୋଇଥାଏ, ତେବେ ଏହାକୁ ସଂପୂର୍ଣ୍ଣ ଭାବେ ସୁଧାରିବା ଉଚିତ୍ ବୋଲି କୋର୍ଟ କଡା ଭାଷରେ କହିଛନ୍ତି। ପିଲାମାନେ ପରୀକ୍ଷା ପାଇଁ ପ୍ରସ୍ତୁତି କରିଥିଲେ। ଆମେ ସେମାନଙ୍କର କଠିନ ପରିଶ୍ରମକୁ ଭୁଲି ପାରିବୁ ନାହିଁ। ଆବେଦନକୁ ପ୍ରତିକୂଳ ମକଦ୍ଦମା ଭାବରେ ଗ୍ରହଣ କରନ୍ତୁ ନାହିଁ। ଛାତ୍ରଛାତ୍ରୀଙ୍କ ଅଭିଯୋଗକୁ ଅଣଦେଖ କର ନାହିଁ। ଯଦି ପରୀକ୍ଷାରେ ପ୍ରକୃତରେ ହେରଫେର୍ ହୋଇଥାଏ ତେବେ ଏହାକୁ ସମୟ ପୂର୍ବରୁ ସୁଧାରନ୍ତୁ। NTA ଜୁଲାଇ ୮ ତାରିଖରେ ପ୍ରସ୍ତୁତି ହୋଇ କୋର୍ଟ ସାମ୍ନାରେ ହାଜର ହୁଅନ୍ତୁ ବୋଲି ସୁପ୍ରିମକୋର୍ଟ କହିଛନ୍ତି। NEET ୟୁଜି ପରୀକ୍ଷାରେ ପେପର୍ ଲିକକୁ ନେଇ ସିବିଆଇ ତଦନ୍ତ ଦାବି କରି ହୋଇଥିବା ଆବେଦନରେ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନୋଟିସ ଜାରି କରିଛନ୍ତି। ଦୁଇ ସପ୍ତାହ ମଧ୍ୟରେ ନିଜ ଜବାବ ଦାଖଲ କରିବାକୁ ଏନ୍ଟିଏକୁ ସର୍ବୋଚ୍ଚ ଅଦାଲତ ନିର୍ଦ୍ଦେଶ ଦେଇଛନ୍ତି।






More Stories
ଜୀବନ ନେଉଛି SIR…..
ଆସନ୍ତାକାଲି ୧୧ଟା ପର୍ଯ୍ୟନ୍ତ ଗୃହ ମୁଲତବୀ…..
ଖଡଗେ-ନଡ୍ଡା ମୁହାଁମୁହିଁ…..