ରିପୋର୍ଟ କାର୍ଡ / ଭୁବନେଶ୍ୱର
ବିଧାନସଭାରେ କିଏ ହେବେ ବିରୋଧୀ ଦଳ ନେତା | ଏନେଇ ଆଜି ବସିବ ବିଜେଡି ବିଧାୟକ ଦଳ ବୈଠକ। ଚର୍ଚ୍ଚା ହେଉଛି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ବିରୋଧୀ ଦଳ ନେତା କରିବା ପାଇଁ ସ୍ଥିର ହୋଇଥିବା ଚର୍ଚ୍ଚା ହେଉଛି । ବହୁ ବିଧାୟକ ତାଙ୍କ ନାଁ ପ୍ରସ୍ତାବ ଦେଇଥିବା ମଧ୍ୟ କୁହାଯାଉଛି। କାରଣ ନବୀନ ମୁଖ୍ୟମନ୍ତ୍ରୀ ଥିବା ବେଳେ ଖୁବ୍ କମ୍ ବିଧାନସଭା ଆସୁଥିଲେ। ତେଣୁ ଦଳ ଆଉ ଜଣେ ବରିଷ୍ଠ ନେତାଙ୍କୁ ଉପନେତା କରିପାରେ ବୋଲି ମଧ୍ୟ କୁହାଯାଉଛି। ଉପନେତା ଦୌଡ଼ରେ ଆଗରେ ରହିଛି ବରିଷ୍ଠ ବିଧାୟକ ତଥା ଦଳର ଉପସଭାପତି ପ୍ରସନ୍ନ ଆଚାର୍ଯ୍ୟଙ୍କ ନାମ। ଏହା ସହ ବରିଷ୍ଠ ବିଧାୟିକା ପ୍ରମିଳା ମଲ୍ଲିକଙ୍କୁ ବିରୋଧୀ ଦଳ ମୁଖ୍ୟ ସଚେତକ ଏବଂ ପ୍ରତାପ ଦେବଙ୍କୁ ବିରୋଧୀ ଦଳ ଉପ ମୁଖ୍ୟ ସଚେତକ ଭାବେ ଦଳ ନିଯୁକ୍ତ କରିପାରେ ବୋଲି ଚର୍ଚ୍ଚା ହେଉଛି। ତେବେ ଏନେଇ ବିଜେଡି ପକ୍ଷରୁ କିଛି ସ୍ପଷ୍ଟ କରାଯାଇନାହିଁ।






More Stories
ବଜେଟ ଫୋକସ୍ରେ ମଧ୍ୟବିତ୍ତ…..
ମୟୂରଭଞ୍ଜ ଗସ୍ତର ରାଷ୍ଟ୍ରପତିଙ୍କ ଅନ୍ତିମଦିନ…..
ଭଡ଼ାଘର ଦେବେ ସରକାର…..