ରିପୋର୍ଟ କାର୍ଡ / ଭୁବନେଶ୍ୱର
ଆସନ୍ତା ଜୁଲାଇ ୮ରେ ଖୋଲାଯିବ ରତ୍ନଭଣ୍ଡାର । ଏଏସ୍ଆଇ ସୁପରିଟେଣ୍ଡେଣ୍ଟ ଡି.ବି ଗଡ଼ନାୟକ ଏହି ସୂଚନା ଦେଇଛନ୍ତି।ରତ୍ନଭଣ୍ଡାର ବାହାର ପାର୍ଶ୍ୱ କାନ୍ଥ ଲେଜର ସ୍କାନିଂ କରାଯାଇଛି । ସ୍କାନିଂରେ କ୍ରାକ୍ ଥିବା ଜଣାପଡିଛି, ପାଣି ଜକଉ ଥାଇପାରେ । ଏହାକୁ ଖୋଲାଯାଇ ଅନୁଧ୍ୟାନ ପରେ ରତ୍ନଭଣ୍ଡାର ମରାମତି କରାଯିବ । ଏନେଇ ଏଏସ୍ଆଇ କହିଛନ୍ତି, ୮ ତାରିଖରେ ରତ୍ନ ଭଣ୍ଡାର ଖୋଲାଯିବା ନିମନ୍ତେ ନିଷ୍ପତ୍ତି ନିଅଯାଇଛି। କୋର କମିଟି, ଟେକନିକାଲ କମିଟି ଉପସ୍ଥିତିରେ ଏହାକୁ ଖୋଲାଯିବ । ୨୦୧୮ ମସିହାରେ ଆସିଥିବା ରିପୋର୍ଟରେ ଦେଖା ଯାଇଥିଲା କିଛି ସ୍ଥାନରେ କ୍ରାକ୍ ତଥା ଭଙ୍ଗାରୁଜା ରହିଛି। ଲେଜର ସ୍କାନିଂ ରିପୋର୍ଟରେ ବି ଏହା ସ୍ପଷ୍ଟ ହୋଇଛି। ତେଣୁ ଉକ୍ତ କ୍ରାକ୍ ଦେଇ ପାଣି ଭିତରକୁ ଯାଉଥିବ। ତେଣୁ ତୁରନ୍ତ ଆବଶ୍ୟକତା ଅନୁଯାୟୀ ମରାମତି କରାଯିବ ।






More Stories
ଓଡ଼ିଶା ଡିଜିପି ନିଯୁକ୍ତି ମାମଲା;୧୮ରେ ପରବର୍ତ୍ତୀ ଶୁଣାଣି……
ଚାମେଲୀଙ୍କ ବିରୋଧରେ ଅନାସ୍ଥା ଭୋଟିଂ ଶେଷ…..
ଅବପାତର ପରିଣତ ହେବ ଲଘୁଚାପ, ରେଡ୍ ଓ୍ବାର୍ନିଂ ଜାରି…..