ମୁମ୍ବାଇ: ବଲିଉଡର ଶେହନ୍ସା ବୋଲାଉଥିବା ଅମିତାଭ ବଚ୍ଚନଙ୍କ ଅପକମିଂ ସ୍ପୋଟର୍ସ ଫିଲ୍ମ ‘ଝୁଣ୍ଡ’ ଜୁନ୍ ୧୮ରେ ପରଦାକୁ ଆସିବାକୁ ଯାଉଛି । ଯାହାର ନିର୍ଦ୍ଦେଶନା ଭାର ତୁଲାଇଛନ୍ତି ନାଗରାଜ ପୋପାଟ୍ରୋ ମଞ୍ଜୁଲେ । ୭୮ ବର୍ଷୀୟ ବିଗ୍-ବି ଟ୍ୱିଟର ଆକାଉନ୍ଟରେ ତାଙ୍କର ଏହି ଫିଲ୍ମର ପୋଷ୍ଟର ସହ ଫିଲ୍ମ ଡେଟ୍ ଶେୟାର କରିଛନ୍ତି । କୋଭିଡ ପାଇଁ ସମସ୍ତେ ବସି ଯାଇଥିଲେ ହେଲେ ଏବେ କମ୍ ବ୍ୟାକ କରିବାର ସମୟ । ୧୮ ଜୁନ୍ରେ ଝୁଣ୍ଡ ରିଲିଜ ସହ ଆମେ ବଡ଼ ପରଦାକୁ ଫେରୁଛୁ ବୋଲି ସେ ଟ୍ୱିଟ କରିଛନ୍ତି । ଟି-ସିରିଜର ଏହି ଫିଲ୍ମରେ ଅମିତାଭ ବଚ୍ଚନ ବିଜୟ ବାର୍ସେ ଭୂମିକାରେ ନଜର ଆସୁଛନ୍ତି । ନାଗପୁରସ୍ଥିତ ଜଣେ ଅବସରପ୍ରାପ୍ତ କ୍ରୀଡ଼ା ଶିକ୍ଷକ ଭାବେ ସେ ନଜର ଆସିବେ । ଫିଲ୍ମଟି ଗତ ବର୍ଷ ସେପ୍ଟେମ୍ବରରେ ରିଲିଜ ହେବାକୁ ଥିବା ବେଳେ କରୋନା ମହାମାରୀ ଯୋଗୁଁ ରିଲିଜ ତାରିଖକୁ ଘୁଁଚାଇ ଦିଆଯାଇଥିଲା । ଅମିତାଭଙ୍କୁ ଶେଷଥର ‘ଗୁଲାବୋ ସିତାବୋ’ରେ ଦେଖିବାକୁ ମିଳିଥିଲା ।





More Stories
ପରଲୋକରେ ଭେଟେରାନ୍ ଅଭିନେତା ଧର୍ମେନ୍ଦ୍ର ଦେଓଲ…..
ଆଜି ଜନ୍ମମାଟିରେ ହେବ ହ୍ୟୁମାନଙ୍କ ଶେଷକୃତ୍ୟ……
ଡିଜେ ନେଲା ଯାତ୍ରା କଳାକାର ଦେବୀ ରଥଙ୍କ ଜୀବନ!…..