ରିପୋର୍ଟ କାର୍ଡ / ଭଦ୍ରକ
ଚାନ୍ଦବାଲିର ଖଦାଳପୋଖରୀ ପଞ୍ଜାୟତ ବ୍ରହ୍ମଟିକିରା ଗାଁରେ ପୋଲିସ ଟିମ୍ଙ୍କୁ ଅଟକ ରଖାଯାଇଥିଲା। ବଂଶଡ଼ା ପୋଲିସ ସହ ଘଣ୍ଟେଶ୍ବର ଫାଣ୍ଡି ଅଧିକାରୀଙ୍କୁ ଗାଁ ଲୋକେ ରାତିସାରା ଅଟକ ରଖିଥିବା ଅଭିଯୋଗ ହୋଇଛି। ଅଭିଯୁକ୍ତଙ୍କ ଘର ଭାବି ଭୁଲ୍ରେ ଚଢ଼ାଉ କରିବାକୁ ଆସିଥିବା ଟିମ୍ ଅନ୍ୟ ଜଣେ ଲୋକଙ୍କ ଘରେ ଚଢ଼ାଉ କରିଥିଲେ। ପୋଲିସର ଏଭଳି କାର୍ଯ୍ୟକୁ ଗ୍ରାମବାସୀ ବିରୋଧ କରିଥିଲେ। ପୋଲିସ ଟିମ୍ ନିଜ ଭୁଲ୍ ମାନିବା ପରେ ଗୁରୁବାର ସକାଳେ ପୋଲିସ ଟିମ୍କୁ ଗ୍ରାମବାସୀ ଛାଡିଥିବା ଜଣାପଡିଛି |






More Stories
ଡିଏଭି କଳିଙ୍ଗନଗରରେ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ….
ରାଜଧାନୀରେ ବନ୍ଧୁକ ମୁନରେ ଦୁଷ୍କର୍ମ !….
ଏ.ସି.ଏଫ୍. ସୌମ୍ୟରଂଜନ ମୃତ୍ୟୁ ମାମଲା: ରୋଷେୟା ଗିରଫ….