ରିପୋର୍ଟ କାର୍ଡ / ବ୍ରହ୍ମହପୁର
ଡିପଥେରିଆରେ ମୃତ୍ୟୁ ସଂଖ୍ୟା ୬ ଛୁଇଁବା ପରେ ତତ୍ପର ହୋଇ ଉଠିଛି ସ୍ୱାସ୍ଥ୍ୟ ବିଭାଗ । ଏଥିସହ ସଂକ୍ରମଣ ପଛର କାରଣ ଖୋଜା ଚାଲିଛି । ଟିକାର ପ୍ରଭାବ ହ୍ରାସ ନା ଷ୍ଟ୍ରେନରେ ପରିବର୍ତ୍ତନ ସେନେଇ ପରୀକ୍ଷା ନିରୀକ୍ଷା ଚଳାଇଛି ସ୍ୱାସ୍ଥ୍ୟ ବିଭାଗ। ରୋଗୀଙ୍କ ଆଣ୍ଟିବଡି ପରୀକ୍ଷା ସହ ଡିପଥେରିଆ ବ୍ୟାକ୍ଟେରିଆର ଜିନମ ସିକ୍ୱେନ୍ସିଂ ପାଇଁ ସ୍ୱାସ୍ଥ୍ୟ ବିଭାଗ ନିଷ୍ପତ୍ତି ନେଇଛି। ଆଣ୍ଟିବଡି ପରୀକ୍ଷା ପାଇଁ ରୋଗୀଙ୍କ ନମୂନା ପଠାଯାଇଥିବା ବେଳେ ଜିନମ୍ ସିକ୍ୱେନସିଂ ପାଇଁ ILS କିମ୍ବା ICMRକୁ ନମୁନା ପଠାଯିବ ବୋଲି ସୂଚନା ଦେଇଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନୀଳକଣ୍ଠ ମିଶ୍ର। ରାଜ୍ୟରେ ଡିପଥେରିଆରେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଲାଣି। ପୂର୍ବରୁ ୫ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ସକାଳେ ବ୍ରହ୍ମପୁରସ୍ଥିତ MKCG ହସ୍ପିଟାଲରେ ଜଣେ ୧୦ ବର୍ଷୀୟ ନାବାଳକଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି। ଏହି ରୋଗରେ ଏବେ ୨୦ଆକ୍ରାନ୍ତ ଥିବା ବେଳେ ଏହି ସଂଖ୍ୟା ଆଉ ବୃଦ୍ଧି ପାଉ ନ ଥିବା କହିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ରାୟଗଡା ହସ୍ପିଟାଲରେ ଆଉ କେହି ରୋଗୀନଥିବା ସେ ସୂଚନା ଦେଇଛନ୍ତି। ଶିଶୁ ରୋଗ ବିଶେଷଜ୍ଞ ନିଳମାଧବ ଜେନା କହିଛନ୍ତି, ଆକ୍ରାନ୍ତମାନଙ୍କର ସମ୍ପୂର୍ଣ୍ଣ ଟିକାକରଣ ହୋଇ ନ ଥିବା ଜଣାଯାଇଛି। ଏକ ଶିଶୁ ୧୦ ବର୍ଷ ମଧ୍ୟରେ ୫ ଥର ଏହି ଟିକା ନେବା ଆବଶ୍ୟକ । ମାତ୍ର ବହୁ ଜଣ ଥରେ କି ଦୁଇ ଥର ଟିକା ନେବା ପରେ ଆଉ ଟିକା ନେଇ ନ ଥିବା ଜଣାଯାଇଛି। ଫଳରେ ସେମାନେ ଆକ୍ରାନ୍ତ ହେଉଛନ୍ତି । ଡିପଥେରିଆ ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ଗତକାଲିଠୁ ରାୟଗଡ଼ା ଜିଲ୍ଲା କାଶୀପୁର ବ୍ଲକରେ ବୁଷ୍ଟର ଡୋଜ୍ ଟିକାକରଣ ଆରମ୍ଭ ହୋଇଛି। ୧ ବର୍ଷରୁ କମ୍ ବୟସର ଶିଶୁଙ୍କୁ ପେଣ୍ଟା ଡୋଜ୍ ଓ ୫ ବର୍ଷରୁ ୧୫ ବର୍ଷ ବୟସ୍କଙ୍କୁ ଟିଡି ଟିକା ଦିଆ ଯାଉଛି ।






More Stories
ନିର୍ମାଣ ହେବ ନୂଆ ରାଜସ୍ୱ ଭବନ…..
ସୌମ୍ୟ ହତ୍ୟା ମାମଲା:ଝାରପଡ଼ା ଜେଲ୍ରେ କ୍ରାଇମବ୍ରାଞ୍ଚ…..
ତ୍ରୁଟିଶୂନ୍ୟ ରଥଯାତ୍ରା ଉପରେ ଗୁରୁତ୍ଵ…..