Report Card Odisha

| Daily Odia News

ଆଜି ରାତି ୧୨ଟାରୁ କାଲି ଦିନ ୧୧ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ

ରିପୋର୍ଟ କାର୍ଡ / ପୁରୀ

ଆଜି ଦିନକ ପରେ ଶନିବାର ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ପବିତ୍ର ସ୍ନାନ ପୂର୍ଣ୍ଣିମା। ତେବେ ତା’ପୂର୍ବରୁ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ସେନାପଟା ଲାଗି ନୀତି ସହିତ ଅନ୍ୟାନ୍ୟ ନୀତିକାନ୍ତି। ସେଥିପାଇଁ ବଡ଼ସିଂହାର ଭୋଗ ଶେଷ ହେବା ପରେ ଆପାତତଃ ଆଜି ରାତି ୧୨ଟାରୁ ଆସନ୍ତାକାଲି ସକାଳ ୧୧ଟା ପର୍ଯ୍ୟନ୍ତ ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି। ସ୍ନାନ ପୂର୍ଣ୍ଣିମା ଦିନ ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ଆସିବେ ଚତୁର୍ଦ୍ଧାମୂର୍ତ୍ତି। ସ୍ନାନବେଦୀରେ ୧୦୮ ଗରା ସୁବାସିତ ଜଳରେ ପ୍ରତ୍ୟକ୍ଷ ସ୍ନାନ କରିବେ ଚତୁର୍ଦ୍ଧାମୂର୍ତ୍ତି। ଆଜି ପହୁଡ଼ ନୀତି ପରେ ଦଇତାପତିମାନେ ମହାପ୍ରଭୁଙ୍କ ବାହୁଟକଣ୍ଟ ନୀତି କରିବେ। ସେହିପରି ସ୍ନାନଯାତ୍ରା ପହଣ୍ତି ପାଇଁ କୋଠସୁଆଁସିଆମାନେ ଆଜି ରତ୍ନ ସିଂହାସନରେ ଚାରମାଳ ବାନ୍ଧିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି ମହାପ୍ରଭୁଙ୍କ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ଦଇତାପତିମାନେ ମହାପ୍ରଭୁଙ୍କ ସେନାପଟା ଲାଗି କରିବେ। ଏହି ସମସ୍ତ ନୀତି ପାଇଁ ଦଇତାପତିମାନେ ଆଜି ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି।

Breaking News