ରିପୋର୍ଟ କାର୍ଡ / ଭୁବନେଶ୍ବର
ଆଉ ଦିନକ ପାଇଁ ସକାଳୁଆ ସ୍କୁଲ ବଢିଛି। କାଲି ସକାଳ ୬ଟା ୩୦ରୁ ଦିନ ୧୦ଟା ୩୦ ପର୍ଯ୍ୟନ୍ତ ସ୍କୁଲ ଖୋଲିବ। ଖରା ଓ ଗୁଳୁଗୁଳିକୁ ଦେଖି ଆଉ ଦିନକ ପାଇଁ ସକାଳୁଆ ସ୍କୁଲ ଅବଧିକୁ ବୃଦ୍ଧି କରିଛନ୍ତି ସରକାର। ଆସନ୍ତା ୨୨ ତାରିଖ ଠାରୁ ସମସ୍ତ ସ୍କୁଲ ସ୍ୱାଭାବିକ ଭାବେ ଚାଲିବେ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ କୁହାଯାଇଛି। ଖରା ଛୁଟି ପରେ ସ୍କୁଲ୍ଗୁଡ଼ିକ ଗତ ୧୮ ତାରିଖରେ ଖୋଲିଥିଲା। ହେଲେ ଖରାକୁ ଦୃଷ୍ଟିରେ ରଖି ରାଜ୍ୟର ସବୁ ଜିଲ୍ଲାରେ ସ୍କୁଲ୍ଗୁଡ଼ିକ ଖୋଲି ନଥିଲା। ଯେଉଁ ଜିଲ୍ଲାରେ ସ୍କୁଲ୍ଗୁଡ଼ିକ ଖୋଲା ଯାଇଥିଲା, ସେଠାରେ ସକାଳୁଆ ହୋଇଥିଲା। ଝାରସୁଗୁଡ଼ା ପରି କିଛି ଜିଲ୍ଲାରେ ଜୁନ୍ ୨୦ ଅର୍ଥାତ୍ ଆଜି ପର୍ଯ୍ୟନ୍ତ ସ୍କୁଲ୍ଗୁଡ଼ିକୁ ବନ୍ଦ ରଖାଯାଇଥିଲା।






More Stories
ପଟ୍ଟାରେ ଲାଗିବ କ୍ୟୁଆର୍ କୋଡ୍…..
ରାଜ୍ୟସଭା ନିର୍ବାଚନ ବିଗୁଲ୍ !…..
୧୩ରେ ରାଜ୍ୟ କ୍ୟାବିନେଟ୍…..