Report Card Odisha

| Daily Odia News

ଡ୍ରେନରେ ପଡି ନାବାଳକ ମୃତ୍ୟୁ ଘଟଣାରେ ରିପୋର୍ଟ ଦେଲା ବିଏମସି…..

ରିପୋର୍ଟ କାର୍ଡ / ଭୁବନେଶ୍ୱର

ଡ୍ରେନରେ ପଡି ନାବାଳକ ମୃତ୍ୟୁ ଘଟଣାରେ ନଗର ଉନ୍ନୟନ ବିଭାଗକୁ ରିପୋର୍ଟ ଦେଇଛି ଭୁବନେଶ୍ୱର ମହାନଗର ନିଗମ। ରିପୋର୍ଟରେ ଡ୍ରେନେଜ ବିଭାଗର ଅଧିକାରୀଙ୍କୁ ଦାୟୀ କରିଛି ବିଏମସି। ଡ୍ରେନ କାମ ନେଇ ସେହି ସମୟରେ ଡ୍ରେନଜ ବିଭାଗର କାର୍ଯ୍ୟରତ ଅଧିକାରୀଙ୍କୁ ଦାୟୀ କରିଛି ବିଏମସି। ସେହିପରି ଜେଇଙ୍କୁ କାରଣ ଦର୍ଶାଅ ନୋଟିସ୍‌‌ ମଧ୍ୟ ଜାରି କରିଛି ବିଏମସି। ବୁଧବାର ଘଟଣା ସମ୍ପର୍କରେ ରିପୋର୍ଟ ମାଗିଥିଲେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ମହାପାତ୍ର। ମଙ୍ଗଳବାର ଦିନ ପ୍ରବଳ ବର୍ଷା ବେଳେ ଭୁବନେଶ୍ୱରରେ ଡ୍ରେନରେ ଭାସିଯାଇ ନାବାଳଙ୍କ ମୃତ୍ୟୁ ହୋଇଥିଲା।

Breaking News