ରିପୋର୍ଟ କାର୍ଡ / ନୂଆଦିଲ୍ଲୀ
ଅବକାରୀ ନୀତି ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ୧ ଲକ୍ଷ ଟଙ୍କାର ବଣ୍ଡ ଦାଖଲ କରିବା ପରେ କେଜ୍ରିୱାଲ ଶୁକ୍ରବାର ଜେଲରୁ ମୁକୁଳିବେ। କୋର୍ଟ ଗୁରୁବାର ସନ୍ଧ୍ୟା ୮ଟାରେ ଜାମିନ ନିର୍ଦ୍ଦେଶ ଦେଇଥିବାରୁ ଏହାର କାଗଜ ଆସନ୍ତାକାଲି ଶୁକ୍ରବାର ତିହାର ଜେଲ କର୍ତ୍ତୃପକ୍ଷଙ୍କ ପାଖରେ ପହଞ୍ଚିବ। ଏହାପରେ ଯାଇ କେଜ୍ରିୱାଲ ଜେଲରୁ ବାହାରିବେ। ଚଳିତ ବର୍ଷ ମାର୍ଚ୍ଚ ୨୧ରେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ମେ’ ୩୦ରେ ସୁପ୍ରିମକୋର୍ଟ ଜାମିନ ଦେଇଥିଲେ। ଜୁନ ୨ରେ ସେ ଲୋକସଭା ନିର୍ବାଚନ ସାରି ପୁଣି ତିହାର ଜେଲକୁ ଫେରିଥିଲେ। ଗୁରୁବାର ତାଙ୍କୁ ଦିଲ୍ଲୀର ରାଉଜ ଆଭିନ୍ୟୁ କୋର୍ଟ ଜାମିନ ପ୍ରଦାନ କରିଛନ୍ତି। ବିଚାରପତି ଏନ ବିନ୍ଦୁ କେଜ୍ରିୱାଲଙ୍କ ଜାମିନ ଆବେଦନର ଶୁଣାଣି କରି ରାୟ ସଂରକ୍ଷିତ ରଖିଥିଲେ।






More Stories
ବଢ଼ିଲା ନେତାଙ୍କ ସୁରକ୍ଷା…..
ମୋଦି ସରକାରଙ୍କୁ କେଜ୍ରିୱାଲଙ୍କ ଟାର୍ଗେଟ୍,ଅଶିକ୍ଷିତ…..
ବୀମା ନାହିଁ ତ ତେଲ ନାହିଁ ନିର୍ଦ୍ଦେଶ କାର୍ଯ୍ୟକାରୀ କର…..