ରିପୋର୍ଟ କାର୍ଡ / ଭୁବନେଶ୍ବର
ଭାରତୀୟ ହକି ଦଳର ୨୦୩୬ ଯାଏଁ ଓଡିଶା ପ୍ରାୟୋଜକ ରହିବ। ପ୍ରାୟୋଜକ ହେବାକୁ ସରକାର ଘୋଷଣା କରିଛନ୍ତି। ପୂର୍ବରୁ ୨୦୩୩ ଯାଏଁ ପ୍ରାୟୋଜକ ହେବାର ଥିଲା। ଆଉ ୩ ବର୍ଷ ପ୍ରାୟୋଜକ ହେବା ନେଇ ସରକାର ଘୋଷଣା କରିଛନ୍ତି। ୨୦୧୮ରୁ ହକି ଇଣ୍ଡିଆର ପ୍ରାୟୋଜକ ରହିଛି ଓଡିଶା। ଆଜି ରାଜ୍ୟ ଅତିଥି ଭବନ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସହ ହକି ଇଣ୍ଡିଆର ସଭାପତି ପଦ୍ମଶ୍ରୀ ଦିଲ୍ଲୀପ ତିର୍କୀ ଓ ମହାସଚିବ ଶ୍ରୀ ଭୋଳାନାଥ ସିଂ ସୌଜନ୍ୟମୂଳକ ସାକ୍ଷାତ ଆଲୋଚନା କରିଛନ୍ତି। ଆଲୋଚନା ପ୍ରସଙ୍ଗରେ ସେମାନେ କହିଥିଲେ ଯେ ହକି ପାଇଁ ଓଡ଼ିଶାକୁ ବିଶ୍ଵ ରେ ଗୋଟିଏ ଅଲଗା ପରିଚୟ ମିଳିଛି। ଭାରତୀୟ ହକି ଦଳର ବିକାଶ ରେ ଓଡ଼ିଶା ର ପ୍ରଶଂସନୀୟ ଅବଦାନ ରହିଛି ବୋଲି ସେମାନେ କହିଥିଲେ। ଭବିଷ୍ୟତରେ ଓଡ଼ିଶା ସରକାର ଙ୍କ ସହ ମିଶି ହକି କୁ ପରବର୍ତ୍ତୀ ପର୍ଯ୍ୟାୟ କୁ ନେବା ପାଇଁ ମିଳିମିଶି କାମ କରିବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଓଡ଼ିଶା ସରକାର ଙ୍କ ପକ୍ଷରୁ ୨୦୩୬ ମସିହା ରେ ସ୍ଵତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ ର ଶହେ ବର୍ଷ ପୂର୍ତ୍ତି ପାଳନ ହେବାକୁ ଯାଉଛି, ସେଥିପାଇଁ ଓଡ଼ିଶା ସରକାରଙ୍କ ହକି ଇଣ୍ଡିଆକୁ ପ୍ରାୟୋଜକ ଅବଧି ସମୟକୁ ୨୦୩୩ ରୁ ଆଉ ତିନିବର୍ଷ ପାଇଁ ବୃଦ୍ଧି କରାଯିବ ଏବଂ ହକିର ଉନ୍ନତି ପାଇଁ ରାଜ୍ୟ ସରକାର ଙ୍କ ପକ୍ଷରୁ ସମସ୍ତ ସହଯୋଗ ଯୋଗାଇଦିଆଯିବ। କ୍ରୀଡ଼ା ଓ ଯୁବ ସେବା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ମଧ୍ୟ ହକି ପ୍ରତି ଓଡ଼ିଶା ବାସୀଙ୍କ ଭାବାବେଗକୁ ସମ୍ମାନ ଜଣାଇ ମୁଖ୍ୟମନ୍ତ୍ରୀ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି କହିଥିଲେ। ମୁଖ୍ୟ ଶାସନ ସଚିବ ପି କେ ଜେନା, କ୍ରୀଡା ସଚିବ ଭିନିଲ କ୍ରିଷ୍ଣା ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।
More Stories
କେନିଆରେ ରଦ୍ଦ ହେଲା ଆଦାନୀ ପ୍ରକଳ୍ପ…..
ଯୁକ୍ତ ୨ ରେ ୧୦୦ ରୁ ୨୪ ରଖିଲେ ପାସ୍….
ବବି ଦାସ ଭାଇଙ୍କ ନାଁରେ ଏତଲା….