ରିପୋର୍ଟ କାର୍ଡ / ପୁରୀ
୧୦୮ ଗରା ସୁବାସିତ ଜଳରେ ଦିବ୍ୟ ସ୍ନାନ କଲେ ଚତୁର୍ଦ୍ଧା ମୂର୍ତ୍ତି। ଜ୍ୟେଷ୍ଠ ମାସ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିରେ ମହାପ୍ରଭୁଙ୍କ ସ୍ନାନ ଯାତ୍ରା ଅନୁଷ୍ଠିତ ହୁଏ। ଆଜି ସ୍ନାନ ମଣ୍ଡପରେ ମହାପ୍ରଭୁ ପାରମ୍ପରିକ ରୀତିରେ ୧୦୮ ଗରା ଜଳରେ ସ୍ନାନ କରିଛନ୍ତି। ବଡ଼ ଠାକୁର ବଳଭଦ୍ର ୩୩ ଗରା, ସୁଭଦ୍ରା ୨୨ ଗରା, କାଳିଆ ଠାକୁର ୩୫ ଗରା ଓ ସୁଦର୍ଶନ ୧୮ ଗରା ଜଳରେ ସ୍ନାନ କରିଛନ୍ତି। ସ୍ନାନବେଦୀରେ ମଙ୍ଗଳ ଆଳତି, ମଇଲମ, ଅବକାଶ ଓ ତଡ଼ପଲାଗି ନୀତି ଶେଷ ହେବା ପରେ ଏବେ ଗରାବଡ଼ୁ ସେବକଙ୍କ ଦ୍ୱାରା ଜଳ ବିଜେ ନୀତି କରିଛନ୍ତି। ମହାପ୍ରଭୁ ଦୁର୍ଲ୍ଲଭ ହାତୀ ବେଶ ହୋଇ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେବେ | ଭକ୍ତ ଭଗବାନ ଆଜି ଏକାକାର ହୋଇଯାଇଛନ୍ତି |






More Stories
ବ୍ୟବସାୟରେ ଲାଭ ବଢ଼ିବ….
ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି…..
ପ୍ରମଥ ପଟ୍ଟନାୟକ କମିଶନର ଅଧ୍ୟକ୍ଷ…..