ରିପୋର୍ଟ କାର୍ଡ / ଢେଙ୍କାନାଳ
ଝାଡ଼ବନ୍ଧଠାରେ ଥିବା ରୁଙ୍ଗଟା ଖଣି କାରଖାନାରେ ଅଘଟଣ ଘଟିଛି। କାରଖାନାରେ ଥିବା ମେକାନିକାଲ ଷ୍ଟ୍ରକଚର (ଲୁହା ଶେଡ୍) ଭୁଶୁଡ଼ି ପଡ଼ିବାରୁ କାର୍ଯ୍ୟରତ ୨ ଜଣ କର୍ମଚାରୀଙ୍କ ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ଅନ୍ୟ ୫ ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି। ଆହତଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କଂପାନିର ଦାୟିତ୍ୱହୀନତା କାରଣରୁ ଏଭଳି ଘଟଣା ବାରମ୍ବାର ଘଟୁଥିଲାବେଳେ କଂପାନି କର୍ତ୍ତୃପକ୍ଷ ଘଟଣାକୁ ଚପାଇବା ପାଇଁ ଉଦ୍ୟମ ଚଳାଇଥିବାରୁ ଏହା ପ୍ରତିବାଦରେ କମ୍ପାନୀ ସମ୍ମୁଖରେ ଉତ୍ତେଜନା ଲାଗିରହିଥିବା ଦେଖିବାକୁ ମିଳିଛି।






More Stories
ମିଛ ଲୁଟ୍ ନାଟକର ପର୍ଦ୍ଦାଫାସ,୪ ଗିରଫ……
ଝାରପଡ଼ା ଜେଲରେ ଅସମ୍ଭାଳ ସ୍ଥିତି…..
ବ୍ୟବସାୟୀଙ୍କୁ ଅପହରଣ ଘଟଣା:୫୦ ଲକ୍ଷ ପାଇଁ ହୋଇଥିଲା ଷଡ଼ଯନ୍ତ୍ର……